www.samajalive.in
Monday, December 8, 2025
27.1 C
Bhubaneswar

ଦୀପିକାଙ୍କ ମ୍ୟାନେଜର କରିଶ୍ମା ଫେରାର

ମୁମ୍ବଇ: ନାର୍କୋଟିକ୍ସ କ​‌​‌ଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ହାଜର ହେବା ପାଇଁ ସମନ ଜାରି ହେବା ପରଠାରୁ ଗତ ତିନି ଦିନ ହେଲା ଅଭିନେତ୍ରୀ ଦୀପିକା ପାଡୁକୋନ୍‌ଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କର ଖୋଜ୍‌ ଖବର ମିଳୁ ନାହିଁ। ତାଙ୍କୁ ଠାବ କରିବା ପାଇଁ ଏନ୍‌ସିବି ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ସଫଳତା ପାଇ ନାହିଁ। ଗତ ମଙ୍ଗଳବାର କରିଶ୍ମାଙ୍କର ବ​‌େ​‌ର୍ଷାବାସ୍ଥିତ ବାସଭବନର ଚଢ଼ଉ କରାଯାଇଥିଲା ଓ ୧ଗ୍ରାମ ୭୦ ମିଲିଗ୍ରାମ ନିଷିଦ୍ଧ ମାଦକଦ୍ରବ୍ୟ ଜବତ ହୋଇଥିଲା। ଏଥିସହିତ ସେ ବଲିଉଡ୍‌ରେ ଚାଲିଥିବା ବେଆଇନ ମାଦକଦ୍ରବ୍ୟ କାରବାର ସହିତ ସମ୍ପୃକ୍ତ ଥିବା ପ୍ରମାଣିତ ହୋଇଥିଲା। ଏଥିସହିତ ପାଡୁକୋନ୍‌ଙ୍କ ସହିତ ମାଦକଦ୍ରବ୍ୟ ଯୋଗାଣ ସମ୍ପର୍କିତ ହ୍ବାଟ୍ସ ଆପ୍‌ ବାର୍ତ୍ତାଳାପ ମଧ୍ୟ ଧରାପଡ଼ିଥିଲା। ଏହି ପରିପ୍ରେକ୍ଷୀରେ ଅଧିକ ପଚରାଉଚୁରା ପାଇଁ କରିଶ୍ମାଙ୍କୁ ସମନ କରାଯାଇଥିଲେ ମଧ୍ୟ ସେ ହାଜର ହେବା ପରିବର୍ତ୍ତେ ନିଖୋଜ ଅଛନ୍ତି। ସେ ଧରାପଡ଼ିବା ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି। ଗତ ମାସରେ ଦୀପିକା ଓ କରିଶ୍ମାଙ୍କୁ ଏନ୍‌ସିବି ଜେରା କରିଥିଲା।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories