www.samajalive.in
Monday, December 8, 2025
27.1 C
Bhubaneswar

ଅଭିନେତ୍ରୀ ଦୀପିକା ସିଂହଙ୍କ ମାଆ କରୋନା ସଂକ୍ରମିତ; ଦୁଃଖ ଜଣାଇବା ପରେ ସାହାଯ୍ୟର ହାତ ବଢାଇଲେ ସରକାର

ମୁମ୍ବଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଦୀପିକା ସିଂହଙ୍କ ମାଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମାଆଙ୍କ ରିପୋର୍ଟ ପଜିଟିଭ୍‍ ଆସିଥିବା ଅଭିନେତ୍ରୀ ନିଜେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପୋଷ୍ଟ କରି ସୂଚନା ଦେବା ସହ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିଥିବାରୁ ଦିଲ୍ଲୀ ସରକାରଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଦୀପିକାଙ୍କ କହିବା ଅନୁଯାୟୀ, ତାଙ୍କ ମାଆଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ରିପୋର୍ଟ ଦିଆଯାଇ ନ ଥିଲା। ଫଳରେ ବିନା ରିପୋର୍ଟରେ ତାଙ୍କୁ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରୁ ନଥିଲା। ଅନ୍ୟ ପକ୍ଷରେ ଦିଲ୍ଲୀର କୌଣସି କୋଭିଡ ହସ୍ପିଟାଲରେ ସିଟ ମଧ୍ୟ ନ ଥିଲା। ଫଳରେ ଘରେ ତାଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ଆମର ଏକ ଯୌଥ ପରିବାର। ତେଣୁ ତାଙ୍କର ଘରେ ଚିକିତ୍ସା କରିବା ଅର୍ଥ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବା। ମୋ ବାପାଙ୍କଠାରେ କରୋନା ଲକ୍ଷଣ ଦେଖାଦେବା ସହ ଜେଜେମା’ ମଧ୍ୟ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି। ତେଣୁ ମାଆଙ୍କ ଚିକିତ୍ସା ନେଇ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ମୁଁ ଅନୁରୋଧ କରୁଛି। ଏହାସହିତ ସାମାଜିକ ଗଣମାଧ୍ୟମରେ ସେ ନିଜ ପରିବାରର ସମ୍ପୂର୍ଣ୍ଣ ଠିକଣା ମଧ୍ୟ ଶେୟାର କରିଛନ୍ତି। ଦୀପିକାଙ୍କ ବାପା ମାଆ ଓ ପରିବାର ଦିଲ୍ଲୀର ପାହାଡ଼ଗଞ୍ଜରେ ବାସ କରନ୍ତି।

- Advertisement -

ଅନ୍ୟପକ୍ଷରେ ଦୀପିକାଙ୍କ ଭିଡିଓ ଦେଖିବା ପରେ ଦିଲ୍ଲୀ ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ତାଙ୍କ ମାଆଙ୍କୁ ସାର୍‍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିପାଇଁ ଦୀପିକା ସରକାରଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories