www.samajalive.in
Monday, December 8, 2025
20.1 C
Bhubaneswar

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ଜୟପୁର : ରାଜସ୍ଥାନର ଦୌସା ଜେଲରେ ବନ୍ଦୀ ଥିବା ଜଣେ କଏଦୀ ଫୋନ ଯୋଗେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା ମିଳିଛି। ଏହା ଜଣାପଡିବା ପରେ ରିଙ୍କୁ ନାମକ ଏହି କଏଦୀକୁ ଗିରଫ କରାଯାଇଛି। ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୋଗରେ ରିଙ୍କୁ ଜେଲରେ ଅବସ୍ଥାନ କରୁଛି। ଶୁକ୍ରବାର ଫୋନ କଲ ମିଳିବା ପରେ ଏହାକୁ ଟ୍ରାକିଂ କରାଯାଇଥିଲା। ଦୌସା ଜେଲ୍‌ରୁ ଫୋନ୍‌ କଲ ଆସିଥିବା ଜଣାପଡିବା ପରେ ରିଙ୍କୁକୁ ଗିରଫ କରାଯାଇଛି। ଘଟଣାର ତଦନ୍ତ ଦାୟିତ୍ବ ଜେଲ ବିଭାଗ ଆଇଜିଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜେଲ ଭିତରକୁ କିପରି ମୋବାଇଲ ଫୋନ ଆସିଲା, ତାହାର ତଦନ୍ତ କରିବାକୁ କୁହାଯାଇଛି। ଗୃହ ମନ୍ତ୍ରୀ ଜବାହାର ସିଂହ ବେଧାମ୍‌ କହିଛନ୍ତି ଯେ ଏହି ଘଟଣାରେ କୌଣସି ଜେଲ ଅଧିକାରୀ ସଂପୃକ୍ତ ଥିବା ସ୍ପଷ୍ଟ ଜଣାପଡୁଛି। ପ୍ରମାଣ ମିଳିବା ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ଜୁଲାଇରେ ଭଜନଲାଲଙ୍କୁ ଦୌସା ଜେଲରୁ ହତ୍ୟା ଧମକ ମିଳିଥିଲା। ସେତେବେଳେ ଜେଲ ପରିସରରେ ଚଢଉ କରାଯାଇ ଜଣେ କଏଦୀକୁୁ ଗିରଫ କରାଯାଇଥିବାବେଳେ ୯ଟି ମୋବାଇଲ ଓ କେତେକ ସିମ୍‌କାର୍ଡ ଜବତ କରାଯାଇଥିଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories