www.samajalive.in
Saturday, December 6, 2025
16.1 C
Bhubaneswar

ଭୟଠାରୁ ଭୋକ ବଡ଼: ଚାଲୁ ଚାଲୁ ଚାଲିଗଲା ଜୀବନ

ଭୁବନେଶ୍ବର: କରୋନା ଭୟକୁ ବଳି ପଡ଼ିଛି ପେଟର ଭୋକ । ଜୀଇ ରହିବାର ଇଚ୍ଛା ମଣିଷକୁ ମାରି ଦେଉଛି । କାମ ଧନ୍ଦା ପାଇଁ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ କରୋନାଠାରୁ ବେଶୀ ଡ଼ରୁଛି ଭୋକକୁ । ଯେଉଁଥିପାଇଁ ସେ ଘରମୁହାଁ; କିନ୍ତୁ ସତରେ କ’ଣ ସମସ୍ତେ ଘରେ ପହଞ୍ଚି ପାରୁଛନ୍ତି ?

ଘରମୁହାଁ ଶ୍ରମିକଙ୍କ ଉପରେ କେର୍ଉଠି ଟ୍ରକ୍ ମାଡ଼ି ଗଲାଣି ତ କେଉଁଠି ଟ୍ରେନ୍ ତଳେ ଜୀବନ ଗଲାଣି । କେଉଁଠି ପୁଣି ବସ୍ ଓଲଟୁଛି । ମାତ୍ର ଘରକୁ ଚାଲିଚାଲି ଆସୁଥିବାବେଳେ ରାସ୍ତାରେ ଝୁଣ୍ଟିପଡ଼ି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିବା ଘଟଣା ବିରଳ । ଏପରି ଘଟଣା ଘଟିଛି ଜଳେଶ୍ବର ନିକଟରେ । ମୃତକଙ୍କ ଘର ପୁରୀ ଜିଲା କାକଟପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି ।

- Advertisement -

ସୂଚନା ଅନୁସାରେ କାକଟପୁର ନିକଟବର୍ତୀ ଟିକରପଡ଼ାର ଏହି ବ୍ୟକ୍ତି କଲକତାରେ କାମ କରୁଥିଲେ । ଲକ୍ଡ଼ାଉନ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ହୋଇ ଯାଇଥିଲା । ତେଣୁ ସେ ବାଧ୍ୟ ହୋଇ ଚାଲିଚାଲି ଗାଁକୁ ଫେରୁଥିଲେ । ମାତ୍ର ଜଳେଶ୍ବର ନିକଟରେ ରାସ୍ତାରେ ହଠାତ୍ ସେ ଝୁଣ୍ଟି ପଡ଼ିଥିଲେ ଓ ଚେତା ହରାଇଥିଲେ । କିଛି ଲୋକ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଦିନକ ତଳେ ଜଣେ ବ୍ୟକ୍ତି ଘରକୁ ଫେରିବାକୁ ନିଜର ଗୋଟିଏ ବଳଦ ବିକ୍ରି କରି ନିଜେ ଗାଡ଼ିକୁ ଟାଣିଟାଣି ନେଉଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସେହିପରି କିଛି ପ୍ରବାସୀ ଶ୍ରମିକ ପଞ୍ଜାବରୁ ଝାନ୍ସି ଯାଉଥିବା ରାସ୍ତାରେ ଆଉ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଅରବିନ୍ଦ ଚୌହ୍ବାନ ନାମକ ଜଣେ ବ୍ୟକ୍ତି ତାହାକୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ପୋଷ୍ଟିଂ କରିଥିଲେ । ଗୋଟିଏ ଚକଲଗା ବ୍ୟାଗ ଉପରେ ଗୋଟିଏ ଛୁଆକୁ ଶୁଆଇ ମା’ ଟାଣିଟାଣି ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସେହିପରି ନବରଙ୍ଗପୁର ଅଞ୍ଚଳର କିଛି ଶ୍ରମିକ ତେଲେଙ୍ଗାନାରୁ ସାଇକେଲରେ ଓ କିଛି ମୁମ୍ବାଇରୁ ସାଇକେଲରେ ୨୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିବା ଘଟଣା ଦେଖିବାକୁ ମିଳିଛି । ଆଉ ଏହାହିଁ କଟୁ ସତ୍ୟ ଯେ ଜନ୍ମ ଭୂଇଁର ମମତା କେହି କେବେ ଛାଡ଼ି ପାରେ ନାହିଁ ଆଉ ଭୟଠାରୁ ଭୋକ ବଡ଼ ତାହା ପ୍ରମାଣିତ ହୋଇଛି ।

Hot this week

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

Related Articles

Popular Categories