www.samajalive.in
Saturday, December 6, 2025
26.1 C
Bhubaneswar

ଏମିତି ବି ମୃତ୍ୟୁ ଆସେ, ପୁଣି ଧାନ ମଡାଇବା ମେସିନ୍‌ ନେଲା ଜୀବନ – ବେକ କଟି ଯୁବତୀର ମୃତ

କଲ୍ୟାଣସିଂହପୁର- ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ଖଟଗନ୍ଥା ଗାଁରେ ଘଟିଛି ଅଘଟଣ । ଧାନ ମଡାଇବା ମେସିନ୍ ରେ ବେକ କଟି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ନାରାୟଣର ପୁର ପଞ୍ଚାୟତର ଖଟଗନ୍ଥା ଗାଁରେ ଏହି ଅଘଟଣ ଘଟିଛି ।

ମୃତ ଯୁବତୀଙ୍କ ନାମ ବନିତା ତିଆକା(୧୭) । ନିଜ ଜମିରେ ଧାନ ଅମଳ କରି ବଡ ତୋଡ୍ରା ଗ୍ରାମର ସିରିପତି କାଡ୍ରାକାଙ୍କ ଓଡ଼ି ୧୮ ୭୯୪୩ ନମ୍ବର ବିଶିଷ୍ଟ ଟ୍ରାକ୍ଟରମେସିନରେ ଧାନ ବିଡା ମଡାଇବା ସମୟରେ ମେସିନର ପଙ୍ଖାରେ  ଓଡ଼ଣୀ ଲାଗିଯାଇଥିଲା । ଏହା ଭିଡି ହୋଇ ଯୁବତୀଙ୍କ ଚୁଟି ଫ୍ୟାନରେ ପଶିଯାଇଥିଲା । ଫଳରେ ତାଙ୍କର ବେକ କଟିଯାଇଥିଲା ।

- Advertisement -

ମୃତକଙ୍କ ବାପା ଧନିଆ ତିଆକା ମାଆ ଲଚମି ତିଆକା ସପରିବାର ମିଶି ନିଜ ଜମିରୁ ଅମଳ କରିଥିବା ଧାନକୁ ଏକତ୍ରୀତ କରି ଧାନ ମଡେଇବା ମେସିନରେ ଧାନ ଏବଂ କୁଟାକୁ ଅଲଗା କରୁଥିଲେ ।ମଧ୍ୟାହ୍ନ ସମୟରେ ଧାନ ମଳାଉଥିବା ବେଳେ ଝିଅ ବନିତା ତିଆକା ଅମଳ କରିଥିବା ଧାନକୁ ଝାଡୁ କରୁଥିବା ସମୟରେ ଅଚାନକ ଧରିଥିବା ଓଡଣୀକୁ ମେସିନର ଫ୍ୟାନରେ ଟାଣି ହୋଇଯିବାରୁ ଓଡଣୀ ସହ ବନିତା କୁ ମଧ୍ୟ ଫେନ ଟାଣିନେଇ ଚୁଟିକୁ ଗୁଡାଇ ଦବାରୁ ବେକ କାଟିଦେଇ ଅଲଗା କରିଦେଇଥିଲା ଯାହା ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ନେଇ ଗାଁରେ ଶୋକରଛାୟା ଖେଳି ଯାଇଛି । ମାତ୍ର ଘଟଣାସ୍ଥଳକୁ ପୁଲିସ ନଯିବା ଏନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories