ବିଦ୍ୟୁତ ଆଘାତରେ ଡମ୍ପଂର ଚାଳକ ମୃତ୍ୟୁ

ବଣେଇ :  ବଣେଇ ଥାନା ଅନ୍ତର୍ଗତ ବରଡାବାହାଳ ଠାରେ ଥିବା ଇଟା ଭାଟି ନିକଟରେ ଗୁରୁବାର ଏକ ଡମ୍ଫର ଚାଳକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।

prayash

ସୂଚନା ଅନୁଯାୟୀ,  ଆଜି ଅପରାହ୍ନରେ ଏକ ଡମ୍ଫର ଗାଡି ବାଲି ବୋଝାଇ କରି ବରଡାବାହାଳ ଠାରେ ଥିବା ଏକ ସିମେଣ୍ଟ ଗୁଣ୍ଡ ଇଟା କାରଖାନା ଯାଇ ବାଲି ପକାଉଥିବାବେଳେ ଡମ୍ପଂରର ଡାଲାଟି ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା। ଫଳରେ ଡମ୍ଫରର ଚାଳକ ତଳକୁ ଓହ୍ଲାଇଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଚାଳକଙ୍କ ପରିଚୟ ଜଣାପଡ଼ି ନୀହିଁ।  ଖବର ପାଇ ଘଟଣା ସ୍ଥଲରେ ବଣେଇ ଥାନା ଏଏସଆଇ ବ୍ରଜ କିଶୋର ଦାସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡ଼ିଛି।

 

kalyan agarbati

Comments are closed.