www.samajalive.in
Monday, December 8, 2025
27.1 C
Bhubaneswar

ହୋଟେଲରୁ ମିଳିଲା ସାଂସଦଙ୍କ ମୃତଦେହ

ମୁମ୍ବଇ: ମୁମ୍ବଇର ଏକ ହୋଟେଲରୁ ସୋମବାର ଦାଦରା ନଗର ହାବେଳୀ ସାଂସଦ ମୋହନ ଭାଇ ସାଞ୍ଜିଭାଇ ଡେଲକରଙ୍କ ମୃତଦେହ ମିଳିଛି। ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ହୋଟେଲରେ ଡେଲକରଙ୍କ ମୃତଦେହ ମିଳିବା ଖବର ପାଇବା ପରେ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି। ଡେଲକରଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପୁଲିସ ହୋଟେଲରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଜବତ କରି ଅନୁସନ୍ଧାନ ଚଳାଇଛି।

ପୁଲିସ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ତଦନ୍ତ ଚଳାଇଛି। ଖୁବଶୀଘ୍ର ଏହାର ପର୍ଦ୍ଦାଫାଶ ହେବ ବୋଲି ଆଶା କରାଯାଉଛି। ତେବେ ତଦନ୍ତ ସମୟରେ ପୁଲିସକୁ କୌଣସି ପ୍ରକାର ସନ୍ଦିଗ୍ଧ ଜିନିଷ ମିଳିନାହିଁ। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି।

- Advertisement -

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଦାଦରା ଏବଂ ନଗର ହାବେଳୀ କେନ୍ଦ୍ରଶାସିତ ଅଞ୍ଚଳର ୫୮ ବର୍ଷୀୟ ନିର୍ଦ୍ଦଳୀୟ ସାଂସଦ ଡେଲକରଙ୍କ ମୃତଦେହ ଦକ୍ଷିଣ ମୁମ୍ବଇର ମେରାଇନ୍‌ ଡ୍ରାଇଭସ୍ଥିତ ଏକ ହୋଟେଲରୁ ଜବତ ହୋଇଛି। ସେ ୭ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ମୃତଦେହ ନିକଟରୁ ଗୁଜରାଟି ଭାଷାରେ ଲେଖାଯାଇଥିବା ଏକ  ସୁଇସାଇଡ୍‌ ନୋଟ ଜବତ ହୋଇଥିବା ଜଣାପଡ଼ିଥିଲେ ହେଁ ସେ ସମ୍ପର୍କରେ ଅଧିକାରୀ ଜଣକ କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି।

ଡେଲକର କାର୍ମିକ, ଲୋକ ଅଭିଯୋଗ, ବିଧି ଏବଂ ନ୍ୟାୟ ବ୍ୟାପାର ସମ୍ବନ୍ଧୀୟ ଲୋକସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ ତିଲେ। ଏହା ସହିତ ସେ ଗୃହ ମନ୍ତ୍ରଣାଳୟ ସମ୍ବନ୍ଧୀୟ ନିମ୍ନ ସଦନର ପରାମର୍ଶଦାତା କମିଟି ସଦସ୍ୟ ମଧ୍ୟ ଥିଲେ। ପରିବାର କହିଲେ ତାଙ୍କର ପତ୍ନୀ ଏବଂ ଏକ ପୁଅ ଅଛନ୍ତି। ଡେଲକର ନିର୍ବାଚନ ଲଢ଼ିବା ପୂର୍ବରୁ ସିଲଭାସାରେ ଟ୍ରେଡ୍‌ ୟୁନିୟନ ନେତା ଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories