www.samajalive.in
Saturday, December 6, 2025
26.1 C
Bhubaneswar

ଜୁନ୍‍ ୨୧ରୁ ଜୁଲାଇ ୫ ମଧ୍ୟରେ ଘଟିବାକୁ ଯାଉଛି ୩ଟି ଅଶୁଭ ଘଟଣା, ପୃଥିବୀ ପାଇଁ ଆଣିପାରେ ଦୁଃଖ

ସମାଜ ପୋର୍ଟାଲ ଡେସ୍କ: ଜୁନ୍‍ ୨୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ତିନୋଟି ଘଟଣା ଘଟିବାକୁ ଯାଉଛି, ଯାହାକି ପୃଥିବୀ ପାଇଁ ଅତ୍ୟନ୍ତ ଅଶୁଭକର ହେବ। ଏକ ପକ୍ଷ ଭିତରେ ଏହି ତିନୋଟି ଘଟଣା ଘଟିବା ପୃଥିବୀ ତଥା ଭାରତବର୍ଷ ପାଇଁ ଅତ୍ୟନ୍ତ ଅଶୁଭକର ଓ ଦୁଃଖ ଦାୟକ ହୋଇପାରେ ।

୧. ପ୍ରଥମ ଘଟଣା – ସୂର୍ୟ୍ୟ ଗୋଟିଏ ରାଶିରେ ଥିଲା ବେଳେ ଦୁଇଟି ଗ୍ରହଣ ଘଟିବା । ୨୧.୬ରେ ସୂର୍ୟ୍ୟ ପରାଗ ଓ ୫.୭ ରେ ଚନ୍ଦ୍ର ଗ୍ରହଣ ପଡୁଛି । ଏହା ପୃଥିବୀ ପାଇଁ ବହୁତ ଅମଙ୍ଗଳ କାରକ ହୋଇପାରେ ।

- Advertisement -

“ଏକ ରାଶୌ ସ୍ଥିତେ ସୂର୍ୟ୍ୟା ଯଦିସ୍ୟାସ ଗ୍ରହଣ ଦ୍ୱୟଂ
ତଥା ଯୁଦ୍ଧେ ବିବାଦେ ନ ପୃଥିବୀ ରକ୍ତ ସଙ୍କୁଳା”

ରବି ଗୋଟିଏ ରାଶିରେ ଥିବା ବେଳେ ଯଦି ଦୁଇଥର ଗ୍ରହଣ ହୁଏ ତେବେ ପୃଥିବୀରେ ଯୁଦ୍ଧ ଲାଗି ରକ୍ତପାତ ହୁଏ। ବର୍ତ୍ତମାନ ରବି ମିଥୁନ ରାଶି ରେ ଜୁଲାଇ ୧୪ ଯାଏଁ ରହିବେ ।

୨. ଦ୍ୱିତୀୟ ଘଟଣାଟି ହେଲା, ଜ୍ୟୋତିଷ ମତରେ ଗୋଟିଏ ପକ୍ଷ ବା ୧୫ ଦିନ ଭିତରେ ଦୁଇଟି ଗ୍ରହଣ ପଡିଲେ ଏହା ଦେଶକୁ ଯୁଦ୍ଧ, ରକ୍ତପାତ, ରୋଗ ଓ ଦୁର୍ଭିକ୍ଷ ଆଡକୁ ଟାଣି ନିଏ । ତେଣୁ ଜୁନ୍ ୨୧ ଓ ଜୁଲାଇ ୫ ଭିତରେ ପଡୁଥିବା ଦୁଇଟି ଗ୍ରହଣ ପୃଥିବୀର ବହୁ ଦେଶ ମାନଙ୍କୁ ବିପଦରେ ପକାଇପାରେ ।

୩. ତୃତୀୟ ଘଟଣାଟି ହେଲା ବୃହସ୍ପତିଙ୍କ ଧନୁ ରାଶିରେ ପ୍ରବେଶ । ଜୁନ୍ ୨୯ ତାରିଖରେ ଗୁରୁ ଧନୁ ରାଶିକୁ ପ୍ରବେଶ କରିବେ। ଶ୍ରୀ ଅଚ୍ୟୁତଙ୍କର ମତରେ ଗରୁ ଧନୁ ରାଶିକୁ ପ୍ରବେଶ କଲେ ପୃଥିବୀ ଧ୍ୱଂସାଭିମୂଖା ହୁଏ ।
ଏକା ସାଙ୍ଗରେ ଏହି ତିନୋଟି ଯୋଗ ପଡୁଛି । ଏହା ନିଶ୍ଚିତ ଭାବରେ ଚିନ୍ତାଜନକ ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories