୨୯ ରେ ଦଧୀଚି ସମ୍ମାନ ସମାରୋହ

0

କଟକ : ଶରୀରଦାନ ପାଇଁ ସତ୍ୟପାଠ କରିଥିବା ରାଜ୍ୟର ବିଭିନ୍ନ ସ୍ତ୍ଥାନର ୨୭୦ ଜଣଙ୍କୁ ସେପ୍ଟେମ୍ବର ୨୯ ତାରିଖରେ ଦଧୀଚି ସମ୍ମାନରେ ସମ୍ମାନିତ କରାଯିବ ଏବଂ ତା ସହିତ ଓଡ଼ିଶାର ପ୍ରଥମ ଶରୀରଦାତା ଡାକ୍ତର ଜଗନ୍ନାଥ ଦାସଙ୍କ ନାମରେ ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ ସହିତ ଆଉ ୧୦ ଜଣଙ୍କୁ ମଧ୍ୟ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂଗଠକଙ୍କୁ ପୁରସ୍କୃତ କରାଯିବ।
ଶରୀର ଓ ଅଙ୍ଗଦାନ ଅଭିଯାନର ଏକ ଅଂଶ ସ୍ବରୂପ ଗତ କିଛି ବର୍ଷ ଧରି ଚାଲି ଆସୁଥିବା ଦଧୀଚି ସମ୍ମାନ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଦଧୀଚି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଭୁବନେଶ୍ବର ଜୟଦେବ ଭବନଠାରେ ଆୟୋଜିତ ହେବାକୁ ଯାଉଛି। ଏହା ପୂର୍ବାହ୍ଣ ୧୦ ଟାଠାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ଓଡ଼ିଶାର ୩୦ଟି ଜିଲାରୁ ୨୭୦ ଜଣଙ୍କୁ ପର୍ଯ୍ୟାୟ କ୍ରମେ ଦଧୀଚି ସମ୍ମାନରେ ସମ୍ମାନିତ କରାଯିବ। ଏଥିରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସାଂସଦ ରୀତା ତରାଇ, ଲୋକସେବକ ମଣ୍ଡଳ ସମ୍ପାଦକ ନିରଞ୍ଜନ ରଥ, ପୁଲିସ କମିସନର ସତ୍ୟଜିତ ମହାନ୍ତି, ସାଂସଦ ଅନୁଭବ ମହାନ୍ତି, ଜଷ୍ଟିସ ବି.କେ. ନାୟକ, ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ, ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ, ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ‘ସମାଜ’ କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ପ୍ରଫେସର. ପି.କେ. ମହାପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଶରୀର ଓ ଅଙ୍ଗଦାନ ସଂପର୍କରେ ସେମାନଙ୍କର ମତାମତ ରଖିବା ସହିତ ସମ୍ମାନ ପ୍ରଦାନ କରିବେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି ବୋଲି ଶରୀର ଅଙ୍ଗଦାନ ଅଭିଯାନର ସଭାପତି ଡ.ପ୍ରଭାସ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

kalyan agarbati
Leave A Reply