www.samajalive.in
Monday, December 8, 2025
13.1 C
Bhubaneswar

ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିକୁ ସରପଞ୍ଚଙ୍କ ମାଡ ମାରିବା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣ ସମାଜର ଦାବୀପତ୍ର ପ୍ରଦାନ

କଣ୍ଟାବାଞ୍ଜି: ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ତୁରେକେଲା ବ୍ଲକ ଝରଣି ପଞ୍ଚାୟତ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଖବର ସଂଗ୍ରହ ବେଳେ ମାଡ ମାରିବା ଘଟଣାରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳି ବ୍ରହ୍ମ ସମାଜ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛି। ସ୍ଥାନୀୟ ତହସିଲଦାର ଅଶୋକ ମାଝିଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦିଆଯାଇଛି। ବ୍ରହ୍ମ ସମାଜ ସଭାପତି ଦଣ୍ଡପାଣି ହୋତା, ଉପସଭାପତି ଛନ୍ଦାଚରଣ ମିଶ୍ର, ସଂପାଦକ ଗୌରଚନ୍ଦ୍ରମିଶ୍ରଙ୍କ ନେତୃତ୍ୱରେ ପ୍ରମୋଦ କୁମାର ମହାପାତ୍ର, କେଦାର ପଣ୍ଡା, ହରେକୃଷ୍ଣ ତ୍ରିପାଠୀ, ବେଦବ୍ୟାସ ଦାସ, ମଧୁସୁଦନ ଦାସ, ପରମେଶ୍ୱର ପଣ୍ଡାଙ୍କ ସହ ଶତାଧିକ ସାମାଜିକ କର୍ମୀ ଦାବୀପତ୍ର ପ୍ରଦାନ କରିଛନ୍ତି। ଏପରିକି ଝରଣି ପଞ୍ଚାୟତରେ ରାମୁଡ ଗ୍ରାମର ପ୍ରବାସୀ ଶ୍ରମିକ କ୍ୱାରେଣ୍ଟାଇନ ଓ ମନରେଗା ପଇସା ପାଇ ନ ଥିବା ମଧ୍ୟ ତୁରେକେଲା ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଏହାସହ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ସହିତ ସାମ୍ବାଦିକ ସୁରକ୍ଷା ପାଇଁ ଦାବୀ କରି ପ୍ରବାସୀ ଶ୍ରମିକ ଯୁବରାଜ ଧରୁଆ ପିତବାସ ଧରୁଆ, କିଆବନ ସାହୁ, ଦୁତି ହଂସ, ବିରଞ୍ôଚ ସା, ବିଷ୍ଣୁ ଛତ୍ରିଆଙ୍କ ସହ ବହୁ ମନରେଗା ଶ୍ରମିକ ତୁରେକେଲା ଥାନା ଓ ବ୍ଲକ କାର୍ଯ୍ୟାଳୟରେ ଦାବୀ ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗତ ତା. ୧୬.୯.୨୦୨୦ରିଖ ଦିନ ସରପଞ୍ଚ ପ୍ରେମଲତା ମେହେର, ତାଙ୍କ ସ୍ୱାମୀ ନରେନ୍ଦ୍ର ମେହେର ଓ କେତେକ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଖବର ସଂଗ୍ରହ ବେଳେ ରାମୋଡ ଗ୍ରାମରେ ଆକ୍ରମଣ କରି ମାଡ ମାରିବା ସହିତ କ୍ୟାମେରା ଓ ବୁମ ଭାଙ୍ଗି ଦେଇଥିଲେ। ଏହି ଘଟଣା ଉପରେ ତୁରେକେଲା ଥାନାରେ ଅନ୍ତିମ ପାଣିଗ୍ରାହୀ ସରପଞ୍ଚ, ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ନାମରେ ଏକ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗ ଉପରେ ତୁରେକେଲା ପୁଲିସ ତଥା ଜିଲ୍ଲା ପ୍ରଶାସନ ଘଟଣାର ୭ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ। ଏପରିକି ଏହି ଆକ୍ରମଣ ଉପରେ ବିଭିନ୍ନ ଅନୁଷ୍ଠାନ ସହିତ ସାମ୍ବାଦିକ ସଂଘ ଗୁଡିକ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories