www.samajalive.in
Sunday, December 7, 2025
16.1 C
Bhubaneswar

ନୂଆଖାଇ ପାଳନ ସମୟରେ ଲକଡାଉନ-ସଟଡାଉନ କୋହଳ କରିବା ପାଇଁ ଦାବୀପତ୍ର

କଣ୍ଟାବାଞ୍ଜି: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଧୁମଧାମରେ ପାଳିତ ହୁଏ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ବ୍ୟାପିଛି। ଏହି ପରିପ୍ରେକ୍ଷିରେ ଭାରତ ସହ ଓଡ଼ିଶା ମଧ୍ୟ ବାଦ ପଡିନାହିଁ। ଏପରିକି ପଶ୍ଚିମ ଓଡ଼ିଶାରେ କରୋନା ରୋଗ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଲକଡାଉନ ଓ ସଟଡାଉନ ବ୍ୟବସ୍ଥା କରାଯାଇଛି।  ଯାହା ଦ୍ୱାରା ନୂଆଖାଇ ଭଳି ମହାନ ପର୍ବ ବଞ୍ଚିତ ହେବାର ସମ୍ଭାବନା ରହିଛି। ଏପରିକି ଏହି ପର୍ବ ସମୟରେ ଜନସାଧାରଣ ବିଭିନ୍ନ ପ୍ରକାର ନୂଆ ଜିନିଷ ପତ୍ର କିଣାବିକା କରିବା ସହିତ ବଜାର ବ୍ୟବସାୟ ଉପରେ ନିର୍ଭର କରନ୍ତି। କିନ୍ତୁ ଚଳିତ ବର୍ଷ କରୋନ ମହାମାରି ରୋଗ ଯୋଗୁଁ ମାର୍ଚ୍ଚ ମାସରୁ ସାଧାରଣ ଜନତାଠାରୁ ବ୍ୟବସାୟୀକ ଅନୁଷ୍ଠାନର ରୋଜଗାର ଭୁଷୁଡି ପଡିଛି ତେଣୁ ନୂଆଖାଇ ଭଳି ମହାନ ପର୍ବ ସମୟରେ କଣ୍ଟାବାଞ୍ଜି ବ୍ୟବସାୟୀକ ପେଣ୍ଠସ୍ଥଳିରେ ଅନେକ ଗାଁ ଗଣ୍ଡା ନିର୍ଭର କରନ୍ତି ତେଣୁ ଏହି ସମୟରେ ସରକାରଙ୍କ ଲକ୍‍ ଡାଉନ ସଟଡାଉନ ପ୍ରକ୍ରିୟା ଊଛେଦ କରିବା ସହିତ ନୂଆଖାଇ ଦିନ ପ୍ରଶାସନିକ ସ୍ତରରେ କୋହଳ କରିବା ପାଇଁ ସ୍ଥାନୀୟ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବ୍ୟବସାୟୀକ ଅନୁଷ୍ଠାନ, କ୍ଲବ, ଶ୍ରମିକ ସଂଗଠନଦ୍ୱାରା ଶେଷଦେବ ପୁଟେଲଙ୍କ ନେତୃତ୍ୱରେ ଏକ ଦାବୀ ପତ୍ର ସ୍ଥାନୀୟ ତହସିଲଦାର ଅଶୋକ ମାଝୀଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଗୁରୁବାର ଦିନ ଦିଆଯାଇଛି। ଏପରିକି ସ୍ଥାନୀୟ ଏନ.ଏ.ସି. ଇ.ଓ., ଥାନାଅଧିକାରୀ, ଟିଟିଲାଗଡ ଉପଜିଲ୍ଲାପାଳଙ୍କୁ ମଧ୍ୟ ଦାବୀପତ୍ର ଦିଆଯାଇଛି। ଏହି ଦାବୀପତ୍ର ଦେବା ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଦେଶି ବେହେରା, ଧିରଜ ଅଗ୍ରୱାଲ, ରାଜେନ୍ଦ୍ର ବେହେରା, ବ୍ରଜଶ୍ୟାମ ଗୁରୁ, ରାଜେଶ ଶର୍ମା ସହ ଅନ୍ୟମାନେ ଉପସ୍ଥିତ ଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories