www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟା ୟାସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ 

ଭୁବନେଶ୍ୱର : ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟାରେ ପରିଣତ ହେଲା ୟାସ। ବାତ୍ୟା ୟାସ ମୁକାବିଲା ପାଇଁ ୮୦୦ ଓଡ୍ରାଫ କର୍ମଚାରୀ ସାମିଲ ହେବେ । ଅତ୍ୟାଧୁନିକ ସାମଗ୍ରୀ ସହ ମୁକାବିଲାରେ କର୍ମଚାରୀ ସାମିଲ ହେବେ । ଓଡ୍ରାଫ ମୁତୟନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ବାତ୍ୟା ମୁକାବିଲା ନେଇ ବରିଷ୍ଠ ସଚିବଙ୍କୁ ଜିଲା ଦାୟିତ୍ୱ ମିଳିଛି। ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ ମିଳିବା ସହ କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମା, ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭିଭି ଯାଦବ , ବାଲେଶ୍ୱର ପାଇଁ ବିଶାଲ୍‍ ଦେବ, ମୟୁରଭଞ୍ଜ ପାଇଁ ସୁରେଶ ବଶିଷ୍ଠଙ୍କୁ ଦାୟିତ୍ୱ ମିଳିଛି।
ଏହାସହ ବାତ୍ୟା ୟାସ ପାଇଁ ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦ୍ୱୀପ ଓ ଧାମରା ପାଇଁ ୪ ନଂ, ପୁରୀ ଓ ଗୋପାଳପୁର ପାଇଁ ୩ନଂ ବିଦପ ସଙ୍କେତ ଜାରି ହୋଇଛି।
ସେହିପରି ୨ ରୁ ୪ ମିଟର ଜୁଆର ଉଠିବା ସହ ୨୫ ତାରିଖ ମଧ୍ୟରାତ୍ରରେ ପବନର ବେଗ ବଢିବ । ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବାଲେଶ୍ୱର ଜିଲା ଦେଇ ବାତ୍ୟା ୟାସ ଅତିକ୍ରମ କରିବାର ଅଧିକ ସମ୍ଭାବନା ରହିଛି। ସ୍କଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ୧୫୫ରୁ ୧୮୫ କିମି ମଧ୍ୟରେ ରହିବ। ଆଜି ଅପରାହ୍ନରୁ ଉପକୂଳ ଅଞ୍ଚଳରେ ୪୦ ରୁ ୫୦ କିମି ପବନ ବହିବ। ୨୫ ତାରିଖରୁ ପବନର ବେଗ ବଢିବ। ୨୬ ତାରିଖ ସକାଳୁ ପବନର ବେଗ ୧୨୦ରୁ ୧୩୦ କିମି ରହିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories