ଭୁବନେଶ୍ୱର: ବିଏମସି, ବିଡିଏ ଓ ବିଏସସିଏଲରେ କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ଅର୍ଥାତ୍ ଶୁକ୍ରବାର ସାଇକେଲରେ କାର୍ଯ୍ୟାଳୟକୁ ଆସିବା ବାଧ୍ୟତାମୂଳକ ହୋଇଛି। ଗତ ଶୁକ୍ରବାର ଭଳି ଆଜି ମଧ୍ୟ ଭୁବନେଶ୍ୱରରେ ଥିବା ତିନିଟି ସରକାରୀ ଅନୁଷ୍ଠାନର ଅଧିକାରୀ ଏବଂ କର୍ମଚାରୀମାନେ ସାଇକେଲରେ କାର୍ଯ୍ୟାଳୟକୁ ଆସିଛନ୍ତି। ସେହିଭଳି ଅନ୍ୟ କିଛି କର୍ମଚାରୀମାନେ ଚାଲି ଚାଲି କାର୍ଯ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଥିଲା। ବାୟୁ ପ୍ରଦୂଷଣ ରୋକିବା ପାଇଁ ଏଭଳି ପ୍ରୟାସକୁ ସମସ୍ତେ ସ୍ବାଗତ କରିଛନ୍ତି।
Popular Categories



