ଭୁବନେଶ୍ୱର : ଦିନକୁ ଦିନ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୁଲିସ ଜନସାଧାରଣଙ୍କୁ େଯତେ ସଚେତନ କଲେ ମଧ୍ୟ ଠକମାନେ ନୂଆ ନୂଆ ଉପାୟରେ ଠକିବାରେ ଲାଗିଛନ୍ତି। ନିକଟରେ ଜଣେ ପୂର୍ବତନ ସାମରିକ କର୍ମଚାରୀଙ୍କ ବ୍ୟାଙ୍କ ଖାତାରୁ ପ୍ରାୟ ୯୫ଲକ୍ଷ ଟଙ୍କା େନଇଯାଇଛନ୍ତି ସାଇବର ଠକ। ଗତମାସରେ କେୱାଇସି ସଂଶୋଧନ ଆଳରେ ଜଣେ ଯନ୍ତ୍ରୀଙ୍କ ବ୍ୟାଙ୍କ ଖାତାରୁ ୩୦ ହଜାର ଟଙ୍କା ଠକି େନଇଥିବା ଘଟଣାରେ ସାଇବର ପୁଲିସ ଦୁଇଜଣ ଠକଙ୍କୁ ଗିରଫ କରିଛି। ଗିରଫ ଠକଦ୍ବୟ େହଲେ କମଲ ଜୟସ୍ବାଲ ଓ ଆନନ୍ଦ କୁମାର ଭଗତ। ଉଭୟଙ୍କ ଘର ଝାଡ଼ଖଣ୍ଡ ଗିରଡିହି ଥାନା ହଟ୍ଟି େବାଲି ଜଣାପଡ଼ିଛି। ସେମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ୍, ୩ଟି ସିମ୍ କାର୍ଡ, ୨ଟି ପାସ୍ ବୁକ୍ , ୨ଟି ବ୍ୟାଙ୍କ୍ ଚେକ୍ ବୁକ୍, ଗୋଟିଏ ଆଧାର କାର୍ଡ, ଗୋଟିଏ ପାନ୍ କାର୍ଡ ଏବଂ ଗୋଟିଏ ପ୍ଲାଟିନମ୍ ଡେବିଟ କାର୍ଡ ଜବତ ହୋଇଛି। ଏହି ଦୁଇଜଣ ଜମତରା ଦଳର ସଦସ୍ୟ। ପୂର୍ବରୁ ପୁଲିସ ଏହି ଦଳର ୩ଜଣ ସଦସ୍ୟଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲା। ନିକଟରେ ସାଇବର ଠକଙ୍କ କାରନାମା ସମ୍ପର୍କିତ ଏକ ଭିଡିଓ(ଚଳନ୍ତି ଚିତ୍ର) ଜାରି ସହ ଫୋନ୍ ଯୋଗେ ବ୍ୟାଙ୍କ ତଥ୍ୟ ମାଗୁଥିବା ଲୋକଙ୍କୁ ଡାଟା ନଦେବାକୁ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ପରାମର୍ଶ ଦେଇଥିଲେ। ଆଜିର ଘଟଣା ପରେ େଲାକଙ୍କୁ ସଚେତନ େହବାକୁ କମିସନରେଟ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଘଟଣା ସମ୍ପର୍କରେ ସୂଚନା େଦଇ ଭୁବନେଶ୍ବର ପୁଲିସ ଉପାୟୁକ୍ତ ଡ. ଉମାଶଙ୍କର ଦାଶ କହିଛନ୍ତି େଯ ପାରାଦୀପରେ ଯନ୍ତ୍ରୀ ଭାବେ କାମ କରୁଥିବା ରାହୁଲ ଗୁପ୍ତା କୌଣସି କାମରେ ଜାନୁଆରୀ ୧୩ରେ ଭୁବନେଶ୍ୱର ଆସିଥିବା ବେଳେ ପୂର୍ବାହ୍ନରେ ତାଙ୍କ ଫୋନ୍କୁ ୭୭୮୨୦୦୬୩୬୯ ନମ୍ବରରୁ ଏକ ବାର୍ତ୍ତା ଆସିଥିଲା। ସେଥିରେ ଲେଖାଥିଲା ଯେ, ଆପଣଙ୍କର କେୱାଇସି ସଂଶୋଧନ ନଥିବାରୁ ବ୍ୟାଙ୍କ୍ ଆକାଉଣ୍ଟ ବନ୍ଦ ହେଇଯିବ ଏବଂ ଅପ୍ଡେଟ ପାଇଁ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରିବାକୁ କୁହାଯାଇଥିଲା। ଶ୍ରୀ ଗୁପ୍ତା ଉକ୍ତ ଲିଙ୍କଟିକୁ କ୍ଲିକ୍ କରିବା ମାତ୍ରେ ତାଙ୍କ ବ୍ୟାଙ୍କ ଖାତାରୁ ମୋ ୩୦,୦୬୪.୮୯ ଟଙ୍କା କଟିଯାଇଥିଲା। ଏ େନଇ େସ ତୁରନ୍ତ କମିସନରେଟ ସାଇବର ଥାନାରେ ଅଭିେଯାଗ କରିଥିଲେ। ଏହି ଅଭିଯୋଗ ପରେ ତଦନ୍ତ କରି ସାଇବର ଥାନା ପୁଲିସ କମଲ ଓ ଆନନ୍ଦଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦୁଇଜଣ ପେସାଦାର ସାଇବର ଅପରାଧୀ। ଏମାନଙ୍କ ନାମରେ ପୂର୍ବରୁ ଆଭାସି ମାଧ୍ୟମରେ ୫୫ଟି ମାମଲା ଦରଜ ହୋଇଛି।
ସୂଚନାଯୋଗ୍ୟ ଯେ, ଏହି ଜମତରା ଦଳର ସଦସ୍ୟମାନେ ବ୍ୟାଙ୍କରୁ ଗ୍ରାହକଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପରେ େସମାନଙ୍କୁ ଫୋନ୍ କରି ନିଜକୁ ବ୍ୟାଙ୍କର କର୍ମଚାରୀ ବୋଲି କହୁଛନ୍ତି। େସମାନଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇଯାଇଛି, ଖାତା ଚାଲୁ କରିବାର ଅଛି କି ବୋଲି ପଚାରୁଛନ୍ତି। ଯଦି କେହି ସନ୍ଦେହ କରୁଛି ବ୍ୟାଙ୍କ ପରିଚାଳକଙ୍କୁ ଫୋନ୍ ଦେଉଛି ବୋଲି କହି ଆଉଜଣେ ଠକଙ୍କ ସହିତ କଥାବାର୍ତ୍ତା କରାଉଛି। ଅନ୍ୟ ଜଣେ ଠକ ନିଜକୁ ବ୍ୟାଙ୍କ ମ୍ୟାନେଜର କହି କଥା ହେଉଛି ଏବଂ କେୱାଇସି ଅପ୍ଡେଟ କରିବାକୁ ଗ୍ରାହକଙ୍କୁ କହୁଛି। କେୱାଇସି ଅପ୍ଡେଟ କରିବାକୁ ଗ୍ରାହକଙ୍କୁ ତାଙ୍କ ଏଟିଏମ୍ କାର୍ଡର ୧୬ ଟିକିଆ ନମ୍ବର ମାଗୁଛନ୍ତି। ଏହାପରେ ଏହି ଏଟିଏମ କାର୍ଡର ଏକ୍ସପାରି ନମ୍ବର ଅଛି କି ନାହିଁ ତାହା ପଚାରିବା ସହ ଗୁପ୍ତ େକାଡ ନମ୍ବର ମାଗୁଛନ୍ତି। ଗ୍ରାହକ ସାଇବର େକାଡ ନମ୍ବର ଦେବା ପରେ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି।
୨ ସାଇବର ଠକ ଗିରଫ : କେୱାଇସି ସଂଶୋଧନ ଆଳରେ ଠକୁଥିଲେ
Popular Categories



