www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟ ପୌରସଂସ୍ଥାଗୁଡ଼ିକୁ ୪୧୧ କୋଟି କେନ୍ଦ୍ରୀୟ ଅନୁଦାନ

ନୂଆଦିଲ୍ଲୀ : ୨୦୨୧-୨୨ ବର୍ଷ ପାଇଁ ଓଡ଼ିଶାର ପୌରସଂସ୍ଥା ଗୁଡ଼ିକୁ କେନ୍ଦ୍ର ସରକାର ୪୧୧ କୋଟି ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ ଦେଶର ୨୮ଟି ରାଜ୍ୟକୁ ସମୁଦାୟ ୯୧୭୨.୬୩ କୋଟି ଅର୍ଥ ରାଶି ଦିଆଯାଇଛି। ଉତ୍ତର ପ୍ରଦେଶକୁ ସର୍ବାଧିକ ୧୫୯୨ କୋଟି, ତାମିଲନାଡ଼ୁକୁ ୭୪୧.୭୫ କୋଟି, ବିହାରକୁ ୭୫୬ କୋଟି, ପଶ୍ଚିମବଙ୍ଗକୁ ୬୯୬ କୋଟି ଏବଂ ଗୁଜରାଟକୁ ୬୬୦ କୋଟି ଆର୍ଥିକ ଅନୁଦାନ ମିଳିଛି। ଅନୁଦାନ ରାଶିର ପଚାଶ ପ୍ରତିଶତ ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସ୍ୱଚ୍ଛତା ଏବଂ ପରିମଳ କ୍ଷେତ୍ରରେ ଖର୍ଚ୍ଚ କରାଯିବ। ସେହିପରି ବକେୟା ପଚାଶ ପ୍ରତିଶତ ପାନୀୟଜଳ, ବର୍ଷାଜଳ ସଂରକ୍ଷଣ ଏବଂ ଜଳ ପୁନଃପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟୟ ହେବ। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ସହରାଞ୍ଚଳର ବିକାଶ ମନ୍ତ୍ରାଳୟ ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ବ୍ୟତୀତ ଅତିରିକ୍ତ ଅନୁଦାନ ଭାବେ ଏହି ସହାୟତା ରାଶି ମିଳିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories