www.samajalive.in
Monday, December 8, 2025
24.1 C
Bhubaneswar

ଧୋନିଙ୍କ ଗ୍ଲୋଭ୍‌ସରୁ ବଳିଦାନ ବ୍ୟାଜ୍ କାଢ଼ିବାକୁ ଆଇସିସିର ଅନୁରୋଧ

ସାଉଥାମ୍ପଟନ୍ : ବିଶ୍ବକପ୍‌ରେ ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳିଥିବା ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ୱିକେଟ ରକ୍ଷଣ ଗ୍ଲୋଭ୍‌ସରେ ଏକ ସ୍ବତନ୍ତ୍ର ସଙ୍କେତ ଦେଖିବାକୁ ମିଳିଥିଲା। ପ୍ରକୃତରେ ଏହା ଥିଲା ‘ବଳିଦାନ ବ୍ୟାଜ୍’; ଯାହା କେବଳ ପାରା ସ୍ପେଶିଆଲ୍ ଫୋର୍ସେସ ବା ଅର୍ଦ୍ଧସାମରିକ ସ୍ବତନ୍ତ୍ର ବଳର ଯବାନଙ୍କୁ ପିନ୍ଧିବା ଦେଖା ଯାଇଥାଏ। ତେବେ ଧୋନିଙ୍କ ଗ୍ଲୋଭ୍‌ସରୁ ବଳିଦାନ ବ୍ୟାଜ୍ ହଟାଇବା ପାଇଁ ବିସିିସିଆଇ ପାଖରେ ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ଅନୁରୋଧ କରିଛି। ଏହାପରେ ଧୋନିଙ୍କୁ ତାଙ୍କ ଗ୍ଲୋଭ୍‌ସରୁ ଏହି ବ୍ୟାଜ୍ କାଢ଼ିବାକୁ କୁହାଯିବ ବୋଲି ବିସିସିଆଇ ପକ୍ଷରୁ ପ୍ରକାଶ।
ସୂଚନାଯୋଗ୍ୟ; ୨୦୧୧ରେ ଧୋନିଙ୍କୁ ପ୍ରାଦେଶିକ ସେନା ଲେଫ୍‌ଟନାଣ୍ଟ କ​‌େ​‌ର୍ଣ୍ଣଲ ଉପାଧି ପ୍ରଦାନ କରିଥିଲା। ପରେ ଧୋନି କିଛିଦିନ ପାଇଁ ପାରା ରେଜିମେଣ୍ଟରେ ସାମରିକ ତାଲିମ ମଧ୍ୟ ନେଇଥିଲେ। ଆଗ୍ରାରେ ଏହି ତାଲିମ ସମୟରେ ଧୋନି ୫ ଥର ପାରାସୁଟ୍‌ରୁ କୁଦା ମଧ୍ୟ ମାରିଥିଲେ। ଏହିପରି ସେନାବାହିନୀ ପ୍ରତି ଧୋନିଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଛି। ଏହା ଜାହିର କରିବା ଲାଗି ଧୋନି ବିଶ୍ବକପ୍ ମ୍ୟାଚ୍‌ରେ ଅର୍ଦ୍ଧସାମରିକ ସ୍ବତନ୍ତ୍ର ବଳର ‘ବଳିଦାନ ବ୍ୟାଜ୍’ ତାଙ୍କ ଗ୍ଲୋଭ୍‌ସ​‌େ​‌ର ଲଗାଇଥିଲେ। ପ୍ରଥମଥର ଧୋନିଙ୍କୁ ଏହା ବ୍ୟବହାର କରିବା ଦେଖିବାକୁ ମିଳିନାହିଁ। ତାଙ୍କ ମୋବାଇଲର କଭର​‌େ​‌ର ମଧ୍ୟ ‘ବଳିଦାନ ବ୍ୟାଜ୍’ ଦେଖିବାକୁ ମିଳିଥାଏ। ଗତ ଅାଇପିଏଲ୍‌ ସମୟରେ ମଧ୍ୟ ଧୋନି ଖାଲି ସମୟରେ ଏକ ଲାଲରଙ୍ଗର ଟୋପି ପିନ୍ଧୁଥିଲେ; ଯେଉଁଥିରେ ‘ବଳିଦାନ ବ୍ୟାଜ୍’ ରହିଥିଲା।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories