www.samajalive.in
Sunday, December 7, 2025
15.1 C
Bhubaneswar

ବିଶ୍ବକପ କ୍ରିକେଟ୍ : ଭାରତର ନୈରାଶ୍ୟ ଜନକ ପ୍ରଦର୍ଶନ

ସାଉଥମ୍ପଟନ୍: କ୍ରିକେଟ ବିଶ୍ବକପ ୨୦୧୯ର ୨୮ତମ ମ୍ୟାଚ ଶନିବାର ଇଂଲଣ୍ଡର ସାଉଥମ୍ପଟନର ହାମ୍ପସାୟାର ବାଉଲ୍ ଷ୍ଟାଡିୟମରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି। ଚଳିତ ବିଶ୍ବକପରେ ଭାରତ ପ୍ରଥମ ଥର ପାଇଁ ଏହି ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ୱିକେଟ ହରାଇ ମାତ୍ର ୨୨୪ ରନ୍ ସଂଗ୍ରହ କରିଛି। ପ୍ରଥମରୁ ହିଁ କୋହଲି ବାହିନୀ ଆଫଗାନିସ୍ତାନର ସ୍ପିନ ବୋଲିଂ ଆଟାକରେ ଛନ୍ଦି ହୋଇଯାଇଥିଲେ। ପ୍ରଥମେ ହିଟ୍ ମ୍ୟାନ୍ ରୋହିତ ଶର୍ମା ୧୦ଟି ବଲ ଖେଳି ମାତ୍ର ୧ରନ୍ କରି ଆଉଟ ହୋଇଯାଇଥିଲେ ପରେ ରାହୁଲ ଏବଂ କୋହଲି କିଛି ସମୟ ପାଇଁ ପିଚରେ ରହି ବୋଲରମାନଙ୍କୁ ସାମ୍ନାକରିବାରେ ସକ୍ଷମ ହୋଇଥଇଲେ। ମାତ୍ର ପରେ ଭାରତର ଧିରେ ଧିରେ ଗୋଟିଏ ପରେ ଗୋଟିଏ ୱିକେଟର ପତନ ଘଟିଥିଲା। ମଧ୍ୟକ୍ରମରେ କେବଳ କେଦାର ଯାଦବଙ୍କ ୬୮ବଲରୁ ୫୨ରନ ଭାରତକୁ ସମ୍ମାନଜନକ ସ୍କୋର କରିବାରେ ସାହାଯ୍ୟ କରିଥିଲା।
ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୬୩ ବଲରୁ ୫ଟି ଚୌକା ସହାୟତାରେ ୬୭ ରନ୍ କରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନାବି ଏବଂ ଅଧିନାୟକ ଗୁଲବାଦିନ ନାଏବ୍ ସର୍ବାଧିକ ୨ଟି ୱିକେଟ୍ ନେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories