www.samajalive.in
Tuesday, December 9, 2025
17.1 C
Bhubaneswar

ସେଣ୍ଟ ଜାଭିୟର୍ସରେ ସିବିଏସଇ ବାସ୍କେଟ ବଲ ମହାକୁମ୍ଭ ଉଦଯାପିତ

କଟକ: କଟକ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ରଜତ ଜୟନ୍ତୀ ବର୍ଷରେ ସିବିଏସଇ ଦିଲ୍ଲୀ ତରଫରୁ ଆୟୋଜିତ ବାସ୍କେଟ ବଲ କ୍ଲଷ୍ଟର – ୨ ପ୍ରତିଯୋଗିତା ଉଦଯାପିତ ହୋଇଛି। ଏଥିରେ ୧୪, ୧୭ ଓ ୧୯ ବର୍ଷରୁ କମ ବାଳକ ଓ ବାଳିକା ବର୍ଗରେ ୬ଟି ଶିକ୍ଷାନୁଷ୍ଠାନର ବାସ୍କେଟ ବଲ ଦଳ କ୍ଲଷ୍ଟର ଚାମ୍ପିଅନ ହୋଇଛନ୍ତି।

ଆୟୋଜକ ବିଦ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୪ ବର୍ଷରୁ କମ ବାଳିକା ବର୍ଗରେ କୋଲକାତାର ଲକ୍ଷ୍ମୀପଟ ଶିଙ୍ଘାଣିଆ ଏକାଡେମୀ ଓ ବାଳକ ବର୍ଗରେ ବରଗଡ଼ର ବିକାଶ ରେସିଡେନ୍ସିଆଲ ସ୍କୁଲ, ୧୭ ବର୍ଷରୁ କମ ବାଳିକା ବର୍ଗରେ ଛତିଶଗଡ଼ର ଦିଲ୍ଲୀ ପବ୍ଲିକ୍ ସ୍କୁଲ କମଲ ବିହାର ଓ ବାଳକ ବର୍ଗରେ ଛତ୍ରପୁରର ଜ୍ଞାନ ବିକାଶ ଇଂଗ୍ଲିଶ ମିଡିୟମ ସ୍କୁଲ ଏବଂ ୧୯ ବର୍ଷରୁ କମ ବାଳିକା ଓ ବାଳକ ବର୍ଗରେ ଭୁବନେଶ୍ଵର ୟୁନିଟ ୧ର ଦ ମଦର୍ସ ପବ୍ଲିକ ସ୍କୁଲ କ୍ଲଷ୍ଟର ଚାମ୍ପିଅନ ହୋଇଛନ୍ତି।

- Advertisement -

ସ୍ଥାନୀୟ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜି ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ପ୍ରକାଶ କୁମାର ସେଠୀ କ୍ଲଷ୍ଟର ଚାମ୍ପିଅନ ଦଳଗୁଡିକୁ ପୁରସ୍କାର ପ୍ରଦାନ କରିଥିଲେ। ଉତ୍ସବରେ ସମ୍ମାନୀତ ଅତିଥ୍‌ ଭାବେ ସିବିଏସଇ ନିରୀକ୍ଷକ ମୋନାଲିସା ମିଶ୍ର ଓ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି ଯୋଗ ଦେଇଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ୪ ଦିନିଆ ପ୍ରତିଯୋଗିତା ସୁପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories