www.samajalive.in
Tuesday, December 9, 2025
17.1 C
Bhubaneswar

ମଙ୍କି ପକ୍ସ ରୋଗ ନେଇ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ

ଭୁବନେଶ୍ୱର : ଭୂତାଣୁ ଜନିତ ମଙ୍କି ପକ୍ସ ରୋଗକୁ ନେଇ ଓଡିଶାର ଜନସାଧାରଣ କୈାଣସି ଆଶଙ୍କା ଓ ଭୟଭୀତ ନହେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । ଓଡିଶାରେ ମଙ୍କି ପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ହୋଇନାହାଁନ୍ତି । ଏହାସହ, ମଙ୍କି ପକ୍ସ ସଂକ୍ରମିତ ୧୪ଟି ଦେଶକୁ ଆମ ରାଜ୍ୟରୁ ସିଧାସଳଖ କୌଣସି ବିମାନ ଚଳାଚଳ ବ୍ୟବସ୍ଥା ନଥିବା ସତ୍ତ୍ୱେ, ଓଡିଶାର ଉଭୟ ବିମାନ ବନ୍ଦର, ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷ ଓ ସଂପୃକ୍ତ ସମସ୍ତଙ୍କୁ ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସଚେତନ ଓ ପ୍ରସ୍ତୁତ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଏ ସଂପର୍କରେ ଏକ ଆଲୋଚନା ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନ ସ୍ଥିତ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵତୀ ଏସ୍ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବା ବେଳେ ଆଭାସୀ ମାଧ୍ୟମରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦରର ନିର୍ଦ୍ଦେଶକ, ବିମାନ ଚଳାଚଳ ନିର୍ଦ୍ଦେଶକ, ପାରାଦୀପ, ଗୋପାଳପୁର, ଧାମରା ବନ୍ଦର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।

- Advertisement -

ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଭାରତରେ ୩ ଜଣଙ୍କ ମଧ୍ୟରୁ କେରଳରେ ୧ଟି ଏବଂ ଦିଲ୍ଲୀରେ ଗୋଟିଏ ମଙ୍କି ପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ରୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆନ୍ତର୍ଜାତୀୟସ୍ତରରେ ଏକ ଜରୁରୀକାଳୀନ/ଚିନ୍ତାଜନକ ରୋଗ ବୋଲି ଘୋଷଣା କରିଥିବା ହେତୁ ଭାରତ ସରକାର ସମସ୍ତ ରାଜ୍ୟକୁ ଏ ସଂପର୍କରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ଓଡିଶାରେ ମଙ୍କି ପକ୍ସ ରୋଗରେ ଅଦ୍ୟାବଧି କେହି ଜଣେ ବି ବ୍ୟକ୍ତି ସଂକ୍ରମିତ ନ ହେବା ସତ୍ୱେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପ୍ରସ୍ତୁତ ରହିବା ସହିତ ସମସ୍ତ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶିକା ପ୍ରେରଣ କରିଛନ୍ତି । ଏମସ ଭୁବନେଶ୍ବରଠାରେ ଲାବ ଟେଷ୍ଟିଙ୍ଗ ବ୍ୟବସ୍ଥା ହୋଇଥିଲାବେଳେ ଭୁବନେଶ୍ୱର ଏବଂ ଝାରସୁଗୁଡା ବିମାନ ବନ୍ଦର ତାସହ ପାରାଦୀପ, ଗୋପାଳପୁର, ଧାମରା ବନ୍ଦରଠାରେ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ମଙ୍କି ପକ୍ସ ଏକ ପଶୁ ଠାରୁ ସଂକ୍ରମିତ ହେଉଥିବା ରୋଗ । ଏହା ପଶୁଠାରୁ ମଣିଷଙ୍କୁ ଏବଂ ମଣିଷ ଠାରୁ ମଣିଷକୁ ସଂକ୍ରମିତ ହୋଇଥାଏ । ଏହି ରୋଗକୁ ନେଇ ଜନସାଧାରଣ ବ୍ୟସ୍ତବିବ୍ରତ ହେବାର କୌଣସି କାରଣ ନାହିଁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories