www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍‌ ନିର୍ବାଚନ ; ଜଗମୋହନ ସଭାପତି, ଅଭିଜିତ୍‌ ସମ୍ପାଦକ ନିର୍ବାଚିତ

କଟକ: ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ (ଓଓଏ)ର ସାଧାରଣ ସମ୍ପାଦକ ଭାବେ ଅଭିଜିତ୍‌ ପାଲ ଓ ସଭାପତି ଭାବେ ଜଗମୋହନ ପଟ୍ଟନାୟକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବେ କମଳାକାନ୍ତ ପାଣ୍ଡେ, ପ୍ରତାପ ଶତପଥୀ, କିଶୋର କୁମାର ବିଶ୍ବାଳ, ନଳିନୀ କୁମାର ଦାସ, ଅନୂପ କୁମାର ପାତ୍ର ଓ ଦୁଲାଲ ଚନ୍ଦ୍ର ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ଅଶୋକ କୁମାର ସାହୁ, ପ୍ରଭାତ କୁମାର ଭୋଳ ଓ କୋଷାଧ୍ୟକ୍ଷ ଭାବେ ଅଧିପ ଦାସ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
ସେହିପରି ୧୧ଜଣ କାଉନସିଲ ସଦସ୍ୟ ପଦ ଲାଗି ଶରତ କୁମାର ସାହୁ , ଅନୀଲ କୁମାର ବହିଦାର, ନାରାୟଣ ସାହୁ, ରବି ଶଙ୍କର ପତିହାରୀ, ଡ.ଜନାର୍ଦ୍ଦନ ଦାଶ, ବୀରେନ୍ଦ୍ର କୁମାର ବେହେରା, ଡ. ହରିପ୍ରସାଦ ପଟ୍ଟନାୟକ, କିଶୋର କୁମାର ମିଶ୍ର, ଦେବେନ୍ଦ୍ର କୁମାର ସାହୁ, ବିଜୟ କୁମାର ବେହେରା, ଶତୁଘ୍ନ ସିଂହ, ବିନୋଦ ଦାଶ ଓ ଅଶୋକ କୁମାର ସାହୁ; ମୋଟ ୧୩ ଜଣ ମନୋନୟନ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ ନିର୍ବାଚିତ ହେବେ। ୨୨ ଅପରାହ୍‌ଣ ୪ଟା୩୦ ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ସମୟ ରହିଛି। ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ନିର୍ବାଚନ ଲାଗି ଗତ ୧୬ରେ ପ୍ରାର୍ଥୀପତ୍ର ଦାଖଲ କରା ଯାଇଥିଲା। ମଙ୍ଗଳବାର ପ୍ରାର୍ଥୀପତ୍ର ଯାଞ୍ଚ କରାଯିବା ସହିତ କେବଳ କାଉନସିଲ ସଦସ୍ୟ ପଦକୁ ବାଦ୍ ଦେଇ ଅନ୍ୟ ସମସ୍ତ ପଦବୀରେ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସମସ୍ତେ ନିଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ଡ. ସୌର୍ୟ୍ୟରଞ୍ଜନ ପରିଜା ଦାୟିତ୍ବ ତୁଲାଇଥିଲେ।
ସୂଚନାଯୋଗ୍ୟ, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନର କାର୍ୟ୍ୟକାଳ ୨୦୨୦ ସେପ୍ଟେମ୍ବରରୁ ଶେଷ ହୋଇଥିଲେ ମଧ୍ୟ କୋଭିଡ଼-୧୯ ପାଇଁ ନିର୍ବାଚନକୁ ସ୍ଥଗିତ ରଖା ଯାଇଥିଲା। ଭାରପ୍ରାପ୍ତ ସମ୍ପାଦକ ଭାବେ ଅଭିଜିତ୍‌ ପାଲ ଦାୟିତ୍ବ ନିର୍ବାହ କରୁଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories