www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପ ପାଇଁ କଟକ ଜିଲାକୁ ରାଜ୍ୟ ପୁରସ୍କାର

କଟକ : ଭାରତ ସ୍କାଉଟ ଓ ଗାଇଡ ଦ୍ୱାରା ଆୟୋଜିତ ରାଜ୍ୟ ପୁରସ୍କାର ଉତ୍ସବରେ ଚଳିତ ବର୍ଷର ଶ୍ରେଷ୍ଠ ସ୍କାଉଟ କ୍ୟାମ୍ପୋରୀ ପାଇଁ କଟକ ଜିଲାକୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ରାଜଭବନଠାରେ ଆୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷର ଶ୍ରେଷ୍ଠ କ୍ୟାମ୍ପୋରୀ ଆୟୋଜନ ପାଇଁ ଜିଲା ଶିକ୍ଷା ଅଧିକାରୀ ତଥା ଜିଲା ମୁଖ୍ୟ କମିଶନର କୃଷ୍ଣଚନ୍ଦ୍ର ନାୟକଙ୍କୁ ସମ୍ମାନଫଳକ ଓ ପ୍ରଶଂସାପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି। ଏହି ସଫଳ ଓ ଶ୍ରେଷ୍ଠ ଆୟୋଜନ ନିମିତ୍ତ ଜିଲା ସମ୍ପାଦିକା ସୌଦାମିନୀ ଦାସ ଓ ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀଙ୍କୁ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଛନ୍ତି। ଜିଲା ସମ୍ପାଦିକା ତଥା ଜିଲା କ୍ରୀଡା ଅଧିକାରୀ ସୌଦାମିନୀ ଦାସଙ୍କୁ ତାଙ୍କର ଅବଦାନ ପାଇଁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଉକ୍ତ ରାଜ୍ୟ ପୁରସ୍କାର ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଏବଂ ଭାରତ ସ୍କାଉଟ ଓ ଗାଇଡର ରାଜ୍ୟ ସଭାପତି ଅତନୁ ସବ୍ୟସାଚୀ ନାୟକ, ଉପସଭାପତି ମାନ୍ୟବର ମନ୍ତ୍ରୀ ଟୁକୁନୀ ସାହୁ, ଭାରତ ସ୍କାଉଟ ଓ ଗାଇଡର ରାଜ୍ୟ ମୁଖ୍ୟ କମିଶନର ଏବଂ ଜାତୀୟ ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ମିଶ୍ର, ରାଜ୍ୟ ଉପସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ରାଜ୍ୟ ଗାଇଡ କମିଶନର ତଥା ପ୍ରଶାସନିକ ମୁଖ୍ୟ ଅନାମିକା ଦାଶ, ଉପସଭାପତି ଟି. ପି. ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିସହ ସ୍କାଉଟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଜିଲାର ଜିଲା ଶିକ୍ଷା ଅଧିକାରୀ, କ୍ରୀଡା ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାଉଟ ମାଷ୍ଟର, ଗାଇଡ କ୍ୟାପଟେନ ଏବଂ କବ – ବୁଲବୁଲ, ସ୍କାଉଟ ଓ ଗାଇଡଙ୍କୁ ରାଜ୍ୟ ପୁରସ୍କାରରେ ପୁରସ୍କୃତ କରିଥିଲେ। ଜିଲାର ଏହି ପ୍ରଶଂସନୀୟ ସଫଳତା ପାଇଁ ଜିଲା ଶିକ୍ଷା ଅଧିକାରୀଙ୍କ ସହିତ ସମ୍ପୃକ୍ତ ସମସ୍ତ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ, ଜିଲା ସ୍କାଉଟ କମିଶନର, ଗାଇଡ କମିଶନର ଓ ଅନ୍ୟ ଜିଲାସ୍ତରୀୟ ସ୍କାଉଟ କର୍ମକର୍ତ୍ତା, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପ୍ଟେନ, ରୋଭର, ରେଞ୍ଜର, ଭେନ୍ୟୁ ସ୍କୁଲ ଖାନନଗର ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଜିଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ଶିକ୍ଷକ୍ଷକମିଟିର କର୍ମକର୍ତ୍ତା ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories