www.samajalive.in
Sunday, December 7, 2025
16.1 C
Bhubaneswar

ନୂଆପଡାରେ କଟକ ମେୟର ସୁବାସ ସିଂହଙ୍କ ପ୍ରଚାର

ନୂଆପଡ଼ା: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ କଟକ ମେୟର ସୁବାସ ସିଂହ ଷ୍ଟାର ପ୍ରଚାରକ ଭାବରେ ପ୍ରଚାର କରିଛନ୍ତି। ମେୟର ସିଂହ ନୂଆପଡା ପ୍ରତି ଥିବା ନବୀନଙ୍କ ଅବଦାନ ବିଷୟରେ ଜନତାଙ୍କୁ କହିବା ସହିତ ନୂଆପଡାରେ ପୂର୍ବ ବିଜେଡି ସରକାର କରିଥିବା ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ। ନୂଆପଡା ପରି ଏକ ଆଦିବାସୀ ଅଞ୍ଚଳକୁ ଉନ୍ନତ ଓ ବିକଶିତ ଜିଲ୍ଲାରେ ପରିଣତ କରିବାରେ ପୂର୍ବତନ ବିଜେଡି ସରକାରର ପ୍ରମୁଖ ଭୂମିକା ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ନୂଆପଡାର ବରିଷ୍ଠ ନାଗରିକ, ଯୁବକ, ଛାତ୍ର ସମସ୍ତଙ୍କର ଆଶା ଭରସା ନବୀନ ପଟ୍ଟନାୟକଙ୍କ ଉପରେ ଅଛି ବୋଲି ମେୟର ସିଂହ କହିଥିଲେ। ଏଥି ସହିତ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ାରେ ସର୍ବାଧିକ ଭୋଟ ପାଇ ବିଜୟୀ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories