www.samajalive.in
Tuesday, December 9, 2025
16.1 C
Bhubaneswar

‘ଦ୍ରୁତ ଗତି ପାଇଁ ନୁହେଁ, ମଇଁଷିକୁ ବଞ୍ଚାଇବାକୁ ପୋଲ ତଳକୁ ଖସିଥିଲା ବସ୍’- ତଦନ୍ତକାରୀ ଟିମ୍

କଟକ : ମହାନଦୀ ପୋଲରୁ ବସ୍ ଖସିବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ତଦନ୍ତ ପାଇଁ ଗୁରୁବାର ୩ଜଣିଆ କମିଟି ଗଠନ କରାଯାଇଥିଲା। ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ତଦନ୍ତକାରୀ ସୂଚନା ଦେଇଛନ୍ତି ଯେ, ଦ୍ରୁତ ଗତି ପାଇଁ ନୁହେଁ, ବରଂ ମଇଁଷିକୁ ବଞ୍ଚାଇବାକୁ ଯାଇ ବସ୍ ପୋଲ ତଳକୁ ଖସି ପଡିଥାଇପାରେ। ଏଥିସହିତ ବସ୍ ଟି ୨୦୧୬ ମସିହାର ଏବଂ ଏହି ବସରେ ସ୍ପିଡ୍ କଣ୍ଟ୍ରୋଲର୍ ଲଗାଯାଇଥିଲା। ତେଣୁ ଏହି ଗାଡ଼ିକୁ ଘଣ୍ଟା ପ୍ରତି ୮୦ କିମିରୁ ଅଧିକ ବେଗରେ ଚାଳକ ଚଳାଇପାରିବେ ନାହିଁ ବୋଲି ତଦନ୍ତକାରୀ କହିଛନ୍ତି।

ଏଥିସହିତ ପୁରୁଣା ପୋଲର ଦୁର୍ବଳ ବାଡ ମଧ୍ୟ ବସ୍ ତଳକୁ ଖସିବାର ଆଉ ଏକ କାରଣ ବୋଲି ତଦନ୍ତକାରୀ କହିଛନ୍ତି। ରାଧାକ୍ରିଷ୍ଣନ୍ କମିଟିର ନିର୍ଦ୍ଦେଶ ଆଧାରରେ ଗଠିତ ୩ ଜଣିଆ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏଥିରେ ରୋଡ ସେଫ୍ଟି ଅଫିସର ଭାବେ ଜୁନିଅର ଏମଭିଆଇ, ଘଟଣାର ତଦନ୍ତ କରୁଥିବା ଜଗତପୁର ଥାନାର ଅଧିକାରୀ ଓ ଏନଏଚଆଇର ଅଧିକାରୀ ସାମିଲ ହୋଇଥିଲେ। ଏହି ଟିମ୍ ବୋଟ୍ ଯୋଗେ ମହାନଦୀ ଭିତରକୁ ଯାଇ ତଦନ୍ତ କରିଛନ୍ତି।

- Advertisement -

ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଛି କି ନାହିଁ, ସେ ସମ୍ପର୍କରେ ଯାଞ୍ଚ ଚାଲିଛି। ଏହି କମିଟି ତଦନ୍ତ ରିପୋର୍ଟ ଆରଟିଓଙ୍କ ମାଧ୍ୟମରେ ରୋଡ ଟ୍ରାନ୍ସପୋର୍ଟ ଅଥରିଟିରେ ଥିବା ରୋଡ୍ ସେଫ୍ଟି ସେଲର ଯୁଗ୍ମ କମିସନରଙ୍କ ନିକଟରେ ଦାଖଲ କରିବେ। ମଙ୍ଗଳବାର ସନ୍ଧ୍ୟାରେ ମହାନଦୀ ପୋଲ ଉପରେ ଦୁର୍ଘଟଣାରେ ଜଗନ୍ନାଥ ନାମକ ଏହି ବସ୍ ୩୦ ଫୁଟ୍ ତଳକୁ ଖସପଡିଥିଲା। ଏଥିରେ ୧୦ ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ ୪୨ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories