www.samajalive.in
Saturday, December 6, 2025
26.1 C
Bhubaneswar

ଦୁର୍ଘଟଣା ପରେ ବାଇକରେ ଲାଗିଲା ନିଆଁ, ୨ ଯୁବକ ଜୀବନ୍ତ ଦଗ୍ଧ

ଭୁବନେଶ୍ବର: କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍ ନିକଟରେ ଦୁର୍ଘଟଣା ପରେ ବାଇକ୍‌ରେ ନିଆଁ ଲାଗି ଯିବାରୁ ଦୁଇଜଣ ଯୁବକ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି। ଜୀବନ୍ତ ଦଗ୍ଧ ହୋଇଥିବା ଦୁଇଜଣ ଯୁବକଙ୍କ ପରିଚୟ ମିଳିଛି। ସେମାନେ ତିର୍ତ୍ତୋଲର ରାହାମା ଅଞ୍ଚଳର ରାଜେଶ ଦାସ ଓ ଈଶାନ ସାହୁ ବୋଲି ଜଣାପଡ଼ିଛି।

ଗତକାଲି ବିଳମ୍ବିତ ରାତିରେ ରାଜେଶ ଓ ଈଶାନ ଏକ ବାଇକ୍‌ରେ ତିର୍ତ୍ତୋଲରୁ କଟକ ଅଭିମୁଖେ ଆସୁଥିବା ସମୟରେ ଏକ ମିକ୍ସର ମେସିନ କନ୍ଦରପୁର ଟୋଲଗେଟରେ ଅଟକି ଟୋଲ ଫି ଦେଉଥିଲା। ସେମାନଙ୍କ ବାଇକ୍‌ ଦ୍ରୁତ ଗତିରେ ଆସି ମିକ୍ସର ମେସିନ୍‌ର ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ବାଇକ୍‌ରେ ନିଆଁ ଲାଗି ଯାଇଥିଲା ଏବଂ ସେମାନେ ଜୀବନ୍ତ ଜଳି ଯାଇଥିଲେ। ଖବର ପାଇ କନ୍ଦରପୁର ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

- Advertisement -

ଏହାପରେ ସେମାନଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। କନ୍ଦରପୁର ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାସହ ପୁଲିସ ଦୁର୍ଘଟଣା ଗ୍ରସ୍ତ ବାଇକ ଓ ମିକ୍ସର ମେସିନକୁ ଜବତ କରିଛି। ମିକ୍ସର ମେସିନ ଡ୍ରାଇଭର ଓ ହେଲପରଙ୍କ କୌଣସି କ୍ଷତି ହୋଇ ନାହିଁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories