www.samajalive.in
Sunday, December 7, 2025
15.1 C
Bhubaneswar

ଭସାଣରେ ଟ୍ରାଫିକ କଟକଣା

କଟକ : କଟକ ସହରରେ ଦୁର୍ଗାପୂଜା ଭସାଣ ଉପଲକ୍ଷେ ଯାନବାହନ ନିୟନ୍ତ୍ରଣ ପାଇଁ କମିସନରେଟ ଟ୍ରାଫିକ ପୁଲିସ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି। ଏହି କଟକଣା ୨୧ତାରିଖ ସକାଳ ୬ଟା ବା ପ୍ରତିମା ବିସର୍ଜନ ହେବା ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ପାଖ ସିଡିଏ ମାର୍କେଟ କମ୍ପେ୍ଲକ୍ସ ଛକଠାରୁ କୌଣସି ଯାନବାହନ ସିଧା ରାଣୀହାଟ ହିନ୍ଦ୍‍ ସିନେମା ଆଡକୁ ଯାଇପାରିବେ ନାହିଁ। ବମ୍ବେ ହୋଟେଲ ଛକ, ଯୋବ୍ରା ଆନିକଟ ଛକ ଦେଇ ଯାଇପାରିବେ। ବମ୍ବେ ହୋଟେଲ ଛକଠାରୁ କୌଣସି ଯାନବାହନ ସିଧା କଲେଜ ଛକ ଆଡକୁ କିମ୍ବା ସିଡିଏ ମାର୍କେଟ କମ୍ପେ୍ଲକ୍ସ ଛକ ଆଡକୁ ଆସିପାରିବେ ନାହିଁ। ମାଲଗୋଦାମ ଷ୍ଟେଟବ୍ୟାଙ୍କ ପଟୁ କୌଣସି ଯାନବାହନ ସିଧା ପିଲିଗ୍ରିମ ରୋଡ ଦେଇ କଲେଜ ଛକ ଆଡକୁ ଆସିପାରିବେ ନାହିଁ, ସେମାନେ ମାଲଗୋଦାମ ଭିତର ରାସ୍ତାରେ ଯାଇ ଓଏମ୍‍ପି ଫ୍ଲାଏ ଓଭର ବ୍ରିଜ ଦେଇ ଓଏମ୍‍ପି ଯାଇପାରିବେ। ମୋଚି ସାହି ଛକରୁ କୌଣସି ଯାନବାହନ ରାଣୀହାଟ ହାଇସ୍କୁଲ ଦେଇ ହିନ୍ଦ ସିନେମା ଆଡ଼କୁ ଯାଇପାରିବେ ନାହିଁ। ସେହି ଗାଡିଗୁଡିକ ଡା. ତେଜେଶ୍ୱର ରାଓ ଛକ ଦେଇ କେନାଲ କୂଳ ରାସ୍ତାରେ ହିନ୍ଦ ସିନେମା ଆଡକୁ ଯାଇପାରିବେ। ମେଡିକାଲ୍‍ ପଛପଟ ଗେଟ୍‍ ଆଡୁ ଆସୁଥିବା ଯାନବାହନଗୁଡ଼ିକ ଡା. ତେଜେଶ୍ୱର ରାଓ ଛକରୁ ସୁରକ୍ଷା ନର୍ସିଂହୋମ ପାଖରୁ ଭାଙ୍ଗି ହିନ୍ଦ୍‍ ସିିନେମା ପଛପଟ ରାସ୍ତାରେ ଆସି ରାଣୀହାଟ ପୋଲ ପାଖରେ ବାହାରି ସେଠାରୁ କଲେଜ ଛକ କିମ୍ବା ରାଣୀହାଟ ମୋଚିସାହି ଛକ ଆଡକୁ ଯାଇପାରିବେ।
ମେଢ଼ଗୁଡ଼ିକ ରାଣୀହାଟ ଛକ ଅତିକ୍ରମ କରୁଥିବା ସମୟରେ ବଜ୍ରକବାଟୀ ଛକଠାରୁ କୌଣସି ଯାନବାହନ ରାଣୀହାଟ ଆଡକୁ ଯାଇପାରିବେ ନାହିଁ, ସେଗୁଡିକ କେଶରପୁର ବ୍ରିଜ ଦେଇ ବକ୍ସି ବଜାର ଓ ମଙ୍ଗଳାବାଗ ଆଡ଼କୁ ଯିବେ। ମେଢ଼ଗୁଡ଼ିକ ମଙ୍ଗଳାବାଗ ଛକ ଅତିକ୍ରମ କରୁଥିବା ସମୟରେ କାଠଗୋଲା ଛକଠାରୁ କୌଣସି ଯାନବାହନ ସିଧା ମଙ୍ଗଳାବାଗ ଆଡ଼କୁ ଆସିପାରିବେ ନାହିଁ। ସେଗୁଡିକ ଇଞ୍ଜିନିୟରିଂ ଗଡ଼ା ଦେଇ ଯୋବ୍ରା ଆନିକଟପଟେ ଯାଇପାରିବେ। ଭିଜିଲାନ୍ସ ଗଡା କିମ୍ବା ମାତାମଠଆଡ଼ୁ କୌଣସି ଯାନବାହନ ସିଧା ହାଓଡା ମୋଟର ଛକ ଆଡକୁ ଆସିପାରିବେ ନାହିଁ। ହୋଟେଲ ଗିରନର ଛକଠାରୁ କୌଣସି ଯାନବାହନ ସିଧା ମଣିସାହୁଛକ କିମ୍ବା ମସ୍ତାନ ଦରଘା ଛକ ଆଡକୁ ଯାଇପାରିବେ ନାହିଁ। ବେପାରୀ ସାହି ଦୁର୍ଗାଘର ଛକଠାରୁ ଓ ସମାଜ ଅଫିସ ଛକଠାରୁ କୌଣସି ଯାନବାହନ ସିଧା ବକ୍ସିବଜାର ଆଡକୁ ଆସିପାରିବେ ନାହିଁ। ମେରିଆ ବଜାର ବ୍ରିଜପଟୁ କୌଣସି ଯାନବାହନ ସିଧା ପ୍ରଭାତ ସିନେମା ଆଡକୁ ଆସିପାରିବେ ନାହିଁ। ଲକ୍ଷ୍ମୀବ୍ରାସବ୍ୟାଣ୍ଡ ଛକଠାରୁ କିମ୍ବା କର ପ୍ୟାଲେସ ପାଖ ଛକଠାରୁ କୌଣସି ଯାନବାହନ ସିଧା ତିନିକୋଣିଆ ବଗିଚା ଆଡ଼କୁ ଆସିପାରିବେ ନାହିଁ। ହାତୀପୋଖରୀ ଛକପଟୁ କୌଣସି ଯାନବାହନ ଜେଲ୍‍ରୋଡ ଆଡକୁ ଯାଇପାରିବେ ନାହିଁ। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ ପାଖରୁ କୌଣସି ଯାନବାହନ ପଢ଼ିଆରୀ ପାଠାଗାର ଓ ଗୌରୀଶଙ୍କର ପାର୍କ ଆଡକୁ ଆସିପାରିବେ ନାହିଁ। ସେହିପରି ଧର୍ମଶାଳା ଛକ ପାଖରୁ କୌଣସି ଯାନବାହନ ସିଧା ଗୌରୀଶଙ୍କର ପାର୍କ ଓ ଉତ୍କଳିକା ଛକ ଆଡକୁ ଆସିପାରିବେ ନାହିଁ। ହାଇକୋର୍ଟ ଛକ ପଟୁ କୌଣସି ଯାନବାହନ ସିଧା ବାଲୁବଜାର ଆଡକୁ ଯାଇପାରିବେ ନାହିଁ କିମ୍ବା ବାଲୁବଜାରପଟୁ ସିଧା ଚୌଧୁରୀ ବଜାର ଆଡକୁ ଆସିପାରିବେ ନାହିଁ।
ମ୍ୟୁନିସିପାଲିଟି ଅଫିସ ପୁରୁଣା ଗେଟପଟୁ କୌଣସି ଯାନବାହନ ସିଧା ପୂର୍ଣ୍ଣସାହୁ ଛକ ଆଡକୁ ଆସିପାରିବେ ନାହିଁ। ନନ୍ଦୀସାହି ଛକପଟୁ କୌଣସି ଯାନବାହନ ଆପଣଙ୍କ ହୋଟେଲ ଛକ ଦେଇ ପୂର୍ଣ୍ଣସାହୁ ଛକକୁ ଆସିପାରିବେ ନାହିଁ। ତଳ ତେଲେଙ୍ଗା ବଜାର ପଞ୍ଚମୁଖୀ ଚଉରା ଛକରୁ କୌଣସି ଯାନବାହନ ନୃସିଂହନାଥ ମଠ ରାସ୍ତାରେ କାଠଯୋଡି ବନ୍ଧ ରାସ୍ତାକୁ ଯାଇପାରିବେ ନାହିଁ। ଖାନନଗର ଛକରୁ ଓ ବ୍ଲୁ ଲେଗୁନ ହୋଟେଲ ଛକପଟୁ କୌଣସି ଯାନବାହନ କାଠଯୋଡି ରିଙ୍ଗରୋଡରେ ପୁରୀଘାଟ ଗଡା ଆଡକୁ ଯାଇପାରିବେ ନାହିଁ। ଉପରୋକ୍ତ ନିୟମାବଳୀ ପୁଲିସ, ଫାୟାର ବ୍ରିଗେଡ, ଏକ୍ସାଇଜ ଓ ଆମ୍ବୁଲାନ୍ସ ଗାଡି ପ୍ରତି ଲାଗୁ ହେବ ନାହିଁ। ଏହି ବ୍ୟବସ୍ଥା ସଫଳ ଭାବରେ କାର୍ଯ୍ୟକାରୀ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories