www.samajalive.in
Friday, December 12, 2025
19.1 C
Bhubaneswar

ମୁଖ୍ୟ ଶାସନ ସଚିବଙ୍କ ଦେଓମାଳୀ ଓ କୋଟିଆ ଗସ୍ତ: କୋଟିଆରେ ବୁଲି ଦେଖିଲେ ଷ୍ଟ୍ରବେରୀ ଓ ମହୁମାଛି ଚାଷ ଏବଂ ଦେଓମାଳୀର ଉନ୍ନତୀକରଣ ନିମନ୍ତେ ହେଲା ସମୀକ୍ଷା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କୋରାପୁଟ ଜିଲ୍ଲାର ଦେଓମାଳୀ ଓ କୋଟିଆ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଦେଓମାଳୀ ଠାରେ ଇକୋ ଟୁରିଜିମ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ସହ ଚାରା ରୋପଣ କରିଥିଲେ।
ସେହିଭଳି କୋଟିଆରେ ସରକାରଙ୍କ ପକ୍ଷରୁ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଶ୍ରୀ ମହାପାତ୍ର ଅନୁଧ୍ୟାନ କରିଥିଲେ। ସେଠାରେ ଜନୈକ ବାସନା ଗେମେଲଙ୍କ ଦ୍ବାରା ଷ୍ଟ୍ରବେରୀ ଚାଷ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ମହୁ ମାଛି ଚାଷ ବୁଲି ଦେଖିବା ସହ ଆବଶ୍ୟକୀୟ ପ୍ରୋତ୍ସାହନ ଦେବା ପାଇଁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେଠାରେ ଏକ ଫରେଷ୍ଟ ଗେଷ୍ଟ ହାଉସ ଓ ଶୀତଳ ଭଣ୍ତାରର ଉଦଘାଟନ କରିଥିଲେ। ରଣାସିଂ ଅଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଶୁଭ ଉଦଘାଟନ କରିବା ସହ ପିଲା ମାନଙ୍କୁ ପୋଷାକ ଓ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।

ସେହିଭଳି ସେମିଲିଗୁଡା ବ୍ଲକର ରାଜପୁଟ ଠାରେ ମିଶନ ଶକ୍ତି ଦ୍ବାରା ପରିଚାଳିତ ଏକ ମିଲେଟ ପ୍ରୋସେଙ୍ଗି ୟୁନିଟର ଶ୍ରୀ ମହାପାତ୍ର ମଧ୍ୟ ଉଦଘାଟନ କରିଥିଲେ। ଗାଲିଗାବଦର ଠାରେ ୱାଟରପୁଲ ବୁଲି ଦେଖିଥିଲେ। ଏହାକୁ ସଠିକ ଭାବେ ପରିଚାଳନା କରିବାକୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ସେଠାରେ ଏକ ଇକୋ ରିସୋର୍ଟ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

- Advertisement -

ଏତଦବ୍ୟତୀତ ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଯାରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲାପାଳ ଏ.ଏମ. ଅକତାର, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଗୌରବ ଶିବାଜୀ ଇସଲୱାର, ଆଇଟିଡିଏର କାରୁ ସୋରେନ, ଉପ ଜିଲାପାଳ ଶ୍ରୀ ବେଣୁ ଧର ଶବର, ଡିଏଫଓ ଅମିତାରାଣୀ ରାୟ, ପଟ୍ଟାଙ୍ଗି ବିଡଓ ସୌମ୍ୟ ସାର୍ଥକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories