www.samajalive.in
Thursday, December 11, 2025
27.1 C
Bhubaneswar

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ-୨୦୨୪, ୮ ଦେଶଙ୍କୁ ସିଧାସଳଖ ଯୋଗ୍ୟତା

ଦୁବାଇ: ବାଂଲାଦେଶରେ ୨୦୨୪ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଖେଳାଯିବ। ଏଥିପାଇଁ ଭାରତ ସମେତ ୮ଟି ଦେଶ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି।୨୦୨୩ ଟ୍ବେଣ୍ଟି୨୦ ବିଶ୍ବକପରେ ଦୁଇ ଗ୍ରୁପରୁ ଶ୍ରେଷ୍ଠ ୩ ମଧ୍ୟରେ ଥିବା ୬ଟି ଦଳ ସମେତ ଆୟୋଜକ ବାଂଲାଦେଶ ଓ ମାନ୍ୟତାର ଶ୍ରେଷ୍ଠ ୭ ମଧ୍ୟରେ ଥିବା ପାକିସ୍ତାନ ସାଧାସଳଖ ବିଶ୍ବକପ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକାରେ ଆୟୋଜିତ ମହିଳା ଟ୍ବେଣ୍ଟି୨୦ ବିଶ୍ବକପର ଗ୍ରୁପ-ଏରୁ ଅଷ୍ଟ୍ରେଲିଆ, ନ୍ୟୂଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା, ଗ୍ରୁପ-ବି ରୁ ଇଂଲଣ୍ଡ, ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ହାସଲ କରିଛନ୍ତି। ଶ୍ରୀଲଙ୍କା​‌ ମହିଳା ଟ୍ବେଣ୍ଟି୨୦ ମାନ୍ୟତାର ୮ ଓ ଆୟରଲାଣ୍ଡ ୧୦ତମ ସ୍ଥାନରେ ଥିବାରୁ ସିଧାସଳଖ ଯୋଗ୍ୟତା ହାସଲ କରିପାରିନାହାନ୍ତି। ୨୦୨୩ ମହିଳା ଟ୍ବେଣ୍ଟି୨୦ ବିଶ୍ବକପରେ ଭାରତ ଗ୍ରୁପ ପର୍ଯ୍ୟାୟରେ ଦ୍ବିତୀୟ ସ୍ଥାନ ସହ ସେମିଫାଇନାଲରେ ପ୍ରବେଶ କରିଥିଲା। ସେମିଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା। ୨୦୨୪ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଲାଗି ଅବଶିଷ୍ଟ ଦୁଇ ଦଳ ଲାଗି ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଆୟୋଜିତ ହେବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories