www.samajalive.in
Saturday, December 6, 2025
26.1 C
Bhubaneswar

ସିକୋରେ କୋଭିଡ ନିୟମର ଖୋଲା ଉଲ୍ଲଂଘନ

ବେଗୁନିଆ: କରୋନା ମହାମାରୀ ଆତଙ୍କ ସୃଷ୍ଟି କରୁଥିବା କାରଣରୁ ରାଜ୍ୟ ସରକାର ୧୪ ଦିନିଆ ଲକଡ଼ାଉନ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ କଟକଣା ଲଗାଯାଇଛି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ମୁଖ୍ୟ କାର୍ଯ୍ୟାଳୟଠାରୁ ୨୫ କି ମି ଦୂରରେ ସିକୋ ଫାଣ୍ଡି ଅଧୀନରେ ଥିବା ସିକୋ ଏବଂ ତାହାର ଆଖ ପାଖ ପଞ୍ଚାୟତ ଗୁଡିକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏହିସବୁ ଅଂଚଳରେ ପୋଲିସ ନିଷ୍କ୍ରିୟତା ଯୋଗୁଁ ଲକଡ଼ାଉନର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ । ଦୋକାନବଜାର ଦିନରାତି ଖୋଲା ରହୁଥିବାବେଳେ ଏପରିକି ସାମାଜିକ କାର୍ୟ୍ୟକ୍ରମରେ କୌଣସି କଟକଣା ନଥିବା ଦେଖିବାକୁ ମିଳୁଛି । କରୋନା ମହାମାରୀର ପ୍ରକୋପ ଯେଉଁ ଅନୁପାତରେ ଏଠାରେ ବଢ଼ିବାରେ ଲାଗିଛି ଜୀବନଯାତ୍ରା ସେତିକି ସଙ୍କଟ ଆଡକୁ ଠେଲିହେଉଛି ।

ସବୁବର୍ଗର ଲୋକେ କରୋନା ପ୍ରଭାବରେ କଲବଲ ହେଉଥିବାବେଳେ ଏଠାରେ ପ୍ରଶାସନ କଟକଣାକୁ କିଛି ଅମାନିଆ ନ ମାନିବା ଯୋଗୁ ଏଠାରେ ସଂକ୍ରମଣ ବଢିବାର ଆଶଙ୍କା କରାଯାଉଛି । ଏଠାରେ ଥିବା ଦୋକାନବଜାରରେ ସାମାଜିକ ଦୂରତା ମୁଖ୍ୟ ସମସ୍ୟା ହୋଇଥିବାବେଳେ ବହୁ ଲୋକ ବିନା ମାସ୍କରେ ମଧ୍ୟ ହାଟ ବଜାରରେ କିଛି କାମ ନଥାଇ ଘୁରି ବୁଲୁଥିବାର ଦେଖିବାକୁ ମିଳୁଛି । ଜଙ୍କିଆ ଥାନା ଅନ୍ତର୍ଗତ ସିକୋରେ ଏକ ଫାଣ୍ଡି କାର୍ୟ୍ୟ କରୁଥିବାବେଳେ କାର୍ୟ୍ୟରତ ଫାଣ୍ଡି ଅଧିକାରୀ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦେଇ ଏଠାରେ ଚାକିରୀ ଶେଷ ହେଉଥିବାରୁ ସେଥିପ୍ରତି ନଜର ଦେଉନଥିବାର ସାଧାରଣରେ ଆଲୋଚନା ହେଉଛି। ଫଳରେ ଲୋକମାନେ ଲକଡାଉନ ଏବଂ ସଟଡାଉନ ସମୟରେ କିଛି କାମ ନଥାଇ ଗାଡି ମଟର ଧରି ବୁଲୁଥିବା ବେଳେ ପୋଲିସ ସେମାନଙ୍କ ପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଯୋଗୁଁ ଏଠାରେ ସଂକ୍ରମଣ ବଢିବାର ଆଶଙ୍କା ପ୍ରକାଶ ପାଇଛି । ପ୍ରଶାସନ ଏ ଦିଗରେ ଯଦି ବିଶେଷ ଧ୍ୟାନ ନଦିଏ ତାହେଲେ ସଂକ୍ରମଣ ନିୟନ୍ତ୍ରଣ କାଠିକର ହେବ ବୋଲି ଚର୍ଚ୍ଚା ହେଉଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories