www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ଯୋଦ୍ଧା ସାଜି ଦିନରାତି କୋଭିଡ ରୋଗୀଙ୍କୁ ସେବା ଜଗାଉଛନ୍ତି ୩ ମହିଳା

ନବରଙ୍ଗପୁର: ମଧୁର ଶବ୍ଦ ମା’। ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଏହି ଶବ୍ଦ ନିଆରା। ଏପରି ଦେଖିବାକୁ ଗଲେ ମା’ଙ୍କୁ ଭଲ ପାଇବା ବାଖ୍ୟା କରିବା ପାଇଁ କୌଣସି ଗୋଟିଏ ଦିନ ଯଥେଷ୍ଟ ନୁହେଁ। ସବୁଦିନ ମା’ଙ୍କ ପାଇଁ ପାଳନ କଲେ ମଧ୍ୟ ତାହା କମ। ମାତ୍ର ପ୍ରତ୍ୟେକ ବର୍ଷ ମଇ ମାସର ଦ୍ବିତୀୟ ରବିବାରକୁ ମା’ଙ୍କ ପାଇଁ ଦିନଟିଏ ପାଳନ କରାଯାଇଥାଏ। କିନ୍ତୁ ନିଜ ଜୀବନକୁ ବାଜି ଲଗାଇ ଏମିତି କେତେ ଯେ ମା ନିଜ ମମତା କୁ ଜଳାଞ୍ଜଳି ଦେଇ ଦେଶସେବାରେ ନିଜ କର୍ତ୍ତବ୍ୟ ଆଗରେ ନିଜକୁ ସମର୍ପିତ କରିଥାନ୍ତି। ବର୍ତ୍ତମାନ ସାରା ବିଶ୍ୱ କରୋନା କବଳରୁ ମୁକ୍ତି ପାଇବାକୁ ତ୍ରାହି ତ୍ରାହି ଡାକୁଥିବା ବେଳେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ବିଭାଗ କର୍ମଚାରୀ ମାନେ କରୋନା ଯୋଦ୍ଧା ସାଜି ଲୋକଙ୍କ ସେବା କରୁଛନ୍ତି। ଏପରି ଏକ ମା ନିଜର ୪ ବର୍ଷ ର ଛୁଆକୁ ଛାଡି କୋଭିଡ ହସ୍ପିଟାଲ ରେ ରହି ଦିନରାତି କରୋନା ରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ସେବା ଯୋଗାଇ ଦେଇଆସୁଛନ୍ତି। ସେ ହେଉଛନ୍ତି ନବରଙ୍ଗପୁର ଜିଲା କୋଷଗୁମୁଡା ସିଏଚସୀ ରେ ସମ୍ପ୍ରଦାୟ ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀ ସନ୍ତୋଷୀ ମହାନ୍ତି ସେ ଆଜକୁ ୫ବର୍ଷ ହେବ ଚାକିରିରେ ଯୋଗ ଦେଇ କାର୍ଯ୍ୟ କରି ଆସୁଛନ୍ତି, ତାଙ୍କ ସ୍ୱାମୀ ଅଶୋକ ବିଶ୍ୱାଳ ଭାରତୀୟ ସେନା ବାହିନୀରୁ ଅବସର ନେଇ ଡାବୁଗାଁ ବ୍ଲକ ମେଦନା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗରେ କାର୍ୟ୍ୟରତ ଅଛନ୍ତି । ସନ୍ତୋଷୀଙ୍କ ୪ ବର୍ଷର ପୁଅଟିଏ ଅଛି। କୋଷଗୁମୁଡା ଠାରେ ରହୁଥିବା ବେଳେ ସନ୍ତୋଷୀ ଏବଂ ତାଙ୍କ ସ୍ୱାମୀ ଅଫିସ ଗଲେ ପୁଅର ଦେଖାଚାହାଁ କରିବାକୁ ସନ୍ତୋଷୀ ତାଙ୍କ ମା’କୁ ଆଣି ପାଖରେ ରଖିଛନ୍ତି।

 

- Advertisement -

ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ କରୋନା ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଡୁଥିବା ବେଳେ ନବରଙ୍ଗପୁର ଠାରେ ଥିବା ଏକମାତ୍ର କୋଭିଡ ଡାକ୍ତର ଖାନାରେ ରୋଗୀଙ୍କ ସଂଖ୍ୟା ଅଧିକରୁ ଅଧିକା ହେଉଥିବା ସ୍ଥଳେ କର୍ମଚାରୀ ଅଭାବରୁ ପ୍ରତ୍ୟେକ ଡାକ୍ତର ଖାନରୁ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ କରୋନା ମେଡିକାଲରେ କାମ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ଦେଶ ଆସିବା ପରେ ସନ୍ତୋଷୀ ଙ୍କୁ ମଧ୍ୟ କୋଭିଡ ମେଡିକାଲ ରେ ଡିଉଟି କରିବାକୁ ନିର୍ଦେଶ ଆସିବା ପରେ ସେ ନିଜର ୪ ବର୍ଷର ପୁଅକୁ ଛାଡି କୋଷଗୁମୁଡା ଠାରୁ ଗତ ମେ ମାସ ୪ ତାରିଖ ରେ ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇ ଆଜି ପର୍ଯ୍ୟନ୍ତ ଦିନରାତି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଦେଇଛନ୍ତି । ତାଙ୍କ କହିବା ଅନୁଯାଇ ସେ ଦିନକୁ ୮ଘଣ୍ଟା କାର୍ଯ୍ୟ କରୁଥିବା ବେଳେ ନିଜକୁ ସତର୍କ ରଖି ପିପିଇ କିଟ୍‌ ପିନ୍ଧି କାମ କରୁଥିବା କହିଛନ୍ତି। ୪ ବର୍ଷର ପିଲାକୁ ଦେଖିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ରୋଗୀଙ୍କ ସେବା ମହତ୍ୱପୂର୍ଣ ରହୁଛି ବୋଲି କହିଛନ୍ତି। ୮ଘଣ୍ଟା ପରେ ତାଙ୍କ କାମ ସରିଲେ ବି ସେ ସେହି କୋଭିଡ ମେଡିକାଲ ପରିସରରେ ହିଁ ଏକ କୋଠରୀରେ ରହୁଛନ୍ତି । ଯଦି ୧୫ ଦିନ ପରେ ସିଫ୍ଟ ବଦଳାନ୍ତି ତାହେଲେ ସେ ଘରକୁ ଯିବା ଆଗରୁ କୋଭିଡ ପରୀକ୍ଷା କରି ନେଗେଟିଭ ଆସିଲେ ମଧ୍ୟ ୭ଦିନ ହୋମ ଆଇସୋଲେସେନ ରେ ରହିବା ପରେ ହିଁ ଘରକୁ ଯାଇହେବ ବୋଲି କହିଛନ୍ତି । ମହାମାରୀ ସମୟରେ ସନ୍ତୋଷୀ ନିଜର ମାଆର ମମତା କୁ ଜଳାଞ୍ଜଳି ଦେଇ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ମହିଳାଙ୍କୁ ଆଜିର ଏହି ପବିତ୍ର ବିଶ୍ବ ମାତୃ ଦିବସରେ କୋଟି ପ୍ରଣାମ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories