www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୬.୫୨ ପ୍ରତିଶତ : ଆରୋଗ୍ୟ ସଂଖ୍ୟା ୧ କୋଟି ୧ ଲକ୍ଷ ୪୬ ହଜାର

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୧ କୋଟି ୧ ଲକ୍ଷ ୪୬ ହଜାର ଲୋକ କୋଭିଡ୍‍ରୁ ଆରୋଗ୍ୟ ଲାଭ କଲେଣି। ଫଳରେ ଦେଶରେ ଦୈନିକ ସଂକ୍ରମିତ ସଂଖ୍ୟା ୨୦ ହଜାରରୁ ନିମ୍ନରେ ରହିଛି। ଗତ ୨୪ ଘଣ୍ଟା ଭିତରେ ୧୬ ହଜାର ୯୪୬ ଜଣ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଗତ ୨୪ ଘଣ୍ଟା ଭିତରେ ୧୭ ହଜାର ୫୦୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଆରୋଗ୍ୟ ଲୋକଙ୍କ ସଂଖ୍ୟା ଓ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ମଧ୍ୟରେ ତାରତମ୍ୟ ଆହୁରି ବୃଦ୍ଧି ପାଇବା ସହ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟାର ୪୮ ଗୁଣ ଅଧିକ ରହିଛି।

ଦେଶରେ ୨ ଲକ୍ଷ ୧୩ ହଜାର ସକ୍ରିିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, ଯାହା ମୋଟ୍‍ ସଂକ୍ରମଣର ୨.୦୩ ପ୍ରତିଶତ। ସେମାନଙ୍କ ମଧ୍ୟରୁ ଶତକଡ଼ା ୬୦ ଭାଗ ଲୋକ ସେମାନଙ୍କର ନିଜ ଘରେ ରହି ଚିକିତ୍ସିତ ହେଉଛନ୍ତି। ସେହି ଲୋକମାନଙ୍କ ଶରୀରରେ କୋଭିଡ୍‍ର ଆଂଶିକ ଲକ୍ଷଣମାନ ଦେଖାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ଚିକିତ୍ସା ମୌଳିକଢାଞ୍ଚାରେ ଅଣାଯାଇଥିବା ଉନ୍ନତି, କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଯୋଗୁଁ କୋଭିଡ୍‍ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି। ମନ୍ତ୍ରଣାଳୟ କହିଛି, ଏହାଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ୧.୪୪ ଭାଗ ରହିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ଗତ ୨୪ ଘଣ୍ଟା ଭିତରେ ୭ ଲକ୍ଷ ୪୩ ହଜାର ନମୁନା ପରୀକ୍ଷା କରାଯାଇଛି। ଏଥିସହିତ ଏପର୍ଯ୍ୟନ୍ତ ମୋଟ୍‍ ୧୮ କୋଟି ୪୨ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି।

- Advertisement -

ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍‍ଆର୍‍ ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ଗବେଷଣାଗାରମାନ ସ୍ଥାପନ କରୁଛନ୍ତି। ମନ୍ତ୍ରଣାଳୟ କହିଛି, ଅଧିକ ନମୁନା ପରୀକ୍ଷା କରାଯିବା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇପାରୁଛି। ଦେଶରେ ମୋଟ୍‍ ୨ ହଜାର ୩୨୩ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି। ସେଗୁଡ଼ିକ ମଧ୍ୟରେ
୧ ହଜାର ୨୦୨ଟି ସରକାରୀ ପରୀକ୍ଷାଗାର ଓ ୧ ହଜାର ୧୨୧ଟି ବେସରକାରୀ ପରୀକ୍ଷାଗାର ରହିଛି

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories