ଭୁବନେଶ୍ୱର : ଓମିକ୍ରନ ଭାରିଆଣ୍ଟକୁ ନେଇ ଦେଶ ତଥା ରାଜ୍ୟରେ ଚିନ୍ତାର କାରଣ ପାଲଟିବା ସହ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ବିଦେଶରୁ ଓଡିଶା ଫେରିଥିବା ୨୪୬ ଜଣ କରୋନା ପଜିଟିଭ ହୋଇଥିବା ନେଇ ଆଜି ଖବର ମିଳିଛି। ନଭେମ୍ବର ୨୪ ପରେ ଓଡ଼ିଶା ଆସିଥିବା ଲୋକଙ୍କ ମଧ୍ୟରୁ ୨୪୬ ପଜଟିଭ। ପଜିଟିଭଙ୍କ ନମୁନା ଜିନମ୍ ସିକ୍ୟୁଏନସିଂ ପାଇଁ ଆସିଛି। ଜିନମ ସିକ୍ୟୁଏନସିଂ ପାଇଁ ଆସିଥିବା ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ବୋଲି ନିର୍ଦ୍ଦେଶକ କହିଛନ୍ତି। ଜିନମ୍ ସିକ୍ୟୁଏନସିଂ ପରେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ଜଣାପଡିବ ବୋଲି କହିଛନ୍ତି। ଶୁକ୍ରବାର ଦିନ ଜିନମ୍ ସିକ୍ୟୁଏନସିଂ ରିପୋର୍ଟ ଆସିବ। ଏପର୍ଯ୍ୟନ୍ତ ଓଡିଶାରେ ଓମିକ୍ରନ ଚିହ୍ନଟ ହୋଇ ନାହିଁ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହାପୂର୍ବରୁ ୧୪୧ ନମୁନା ପରୀକ୍ଷା ହୋଇଥିଲା, ସେମାନଙ୍କ ମଧ୍ୟରୁ ଓମିକ୍ରନ ମିଳିନାହିଁ।
Popular Categories



