www.samajalive.in
Monday, December 8, 2025
17.1 C
Bhubaneswar

ଅନେକ ସମସ୍ୟାର ଗୋଟିଏ ସମାଧାନ : ତୁଳସୀ କ୍ଷୀର

କ୍ଷୀରରେ ବହୁ ପୋଷକ ତତ୍ତ୍ୱ ରହିଛି। ଏହାସହ ତୁଳସୀରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହି ୨ଟିର ମିଶ୍ରଣ ଦ୍ୱାରା ପୋଷକ ତତ୍ତ୍ୱ ସହ ଶରୀରର ପାଇଁ ବେଶ ହିତକାରକ ହୋଇଥାଏ। ତେବେ ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ୫ଟି ଚମତ୍କାରୀ ଗୁଣ….
ପାଗ ପରିବର୍ତ୍ତନ ସମୟରେ ଅନେକ ଲୋକଙ୍କର ଥଣ୍ଡା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏଥିରୁ ମୁକ୍ତି ପାଇବାକୁ ହେଲେ କ୍ଷୀର ଓ ତୁଳସୀର ମିଶ୍ରଣ ସର୍ବୋତ୍ତମ।
ମୁଣ୍ଡ ବିନ୍ଧା କିମ୍ବା ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବାକୁ ନିୟମିତ କ୍ଷୀର ଓ ତୁଳସୀର ସେବନ କରନ୍ତୁ।
ଚିନ୍ତାଗ୍ରସ୍ତ ତଥା ମାନସିକ ଦୁଶ୍ଚିନ୍ତା ରହୁଥିଲେ କ୍ଷୀରରେ ତୁଳସୀ ପତ୍ର ପକାଇ ଏହାକୁ କିଛି ସମୟ ଫୁଟାଇ ପିଅନ୍ତୁ। ଏହି ସମସ୍ୟା ଦୂର ହେବ।
ଯେଉଁମାନଙ୍କର ହୃଦୟ ଜନିତ ସମସ୍ୟା ରହୁଛି, ସେମାନେ ନିୟମିତ ଭାବେ ଖାଲିପେଟରେ ତୁଳସୀ ଓ କ୍ଷୀର ସେବନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବା ସହ ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ।
ତୁଳସୀ ମିଶ୍ରିତ କ୍ଷୀରର ସେବନ କରିବା ଦ୍ୱାରା ଥଣ୍ଡା ପାଇଁ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories