www.samajalive.in
Monday, December 8, 2025
20.1 C
Bhubaneswar

ଏମଏସଏସ ବିଦ୍ୟାପୀଠରେ କରୋନା ପରୀକ୍ଷଣ ଶିବିର

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ ଜୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ଗୁରୁବାର ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା ପାଇଁ ସ୍ୱାବ୍‍ ସଂଗ୍ରହ ସହିତ ସେମାନଙ୍କୁ କରୋନା ଓ ଡେଙ୍ଗୁଜ୍ୱର ସଂପର୍କରେ ସଚେତନ କରାଯାଇଥିଲା । ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶକ୍ରମେ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସଙ୍କ ନେତୃତ୍ୱରେ ଆସିଥିବା ଡାକ୍ତରୀଦଳ ୯ମ ଓ ୧୦ମ ଶ୍ରେଣୀର ୭୬ଜଣ ବିଦ୍ୟାର୍ଥୀଙ୍କର ସ୍ୱାବ୍‍ ନମୁନା ସଂଗ୍ରହ କରି ଆରଟିପିସିଆର ପରୀକ୍ଷା ପାଇଁ କଟକ ପଠାଇଥିବା ଜଣାପଡିଛି। ଲାବୋରାଟୋରୀ ଟେକ୍ନିସିଆନ ସୁଦର୍ଶନ ସାହୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ଛାତ୍ରଛାତ୍ରୀଙ୍କର ସ୍ୱାବ୍‍ ସଂଗ୍ରହ କରିଥିବାବେଳେ ରଶ୍ମିତା ମିଶ୍ର, ପ୍ରିୟଙ୍କା ରାଉତ ଓ ସ୍ୱାସ୍ଥ୍ୟକର୍ମୀ ଶୁଭେନ୍ଦୁ ଭାଷ୍କର ରାଉତ ଏଥିରେ ସହଯୋଗ କରିଥିଲେ। ସ୍ୱାବ୍‍ ସଂଗ୍ରହ ପରେ ତ୍ୱରିତ୍‍ କାର୍ଯ୍ୟାନୁଷ୍ଠାନ ଦଳର ଡାକ୍ତର ଦୀପକ ରାଜ୍‍, ଡାକ୍ତର ମଧୁସ୍ମିତା ପ୍ରଧାନ ଓ ଡାକ୍ତର ସ୍ୱର୍ଣ୍ଣପ୍ରଭା ରାଉତରାୟ ପିଲାମାନଙ୍କୁ କରୋନା ସଂକ୍ରମଣ ଓ ଡେଙ୍ଗୁ ଜ୍ୱର ବିଷୟରେ ସଚେତନ କରିବା ସହ ନିଜର ସୁରକ୍ଷା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବେ ସେ ସଂପର୍କରେ ବୁଝାଇଥିଲେ। ଏହି ସଚେତନତା ଶିବିରରେ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳେ ସ୍କାଉଟ ମାଷ୍ଟର ସନ୍ତୋଷ କୁମାର ତ୍ରିପାଠୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ଅନୁସୁୟା ନାୟକ, ପୁଷ୍ପସାହୁ, ସାନ୍ତ୍ୱନା ବେହେରା, ନମିତା ବିଶୋଇ ଓ ଗୌରଚନ୍ଦ୍ର ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories