www.samajalive.in
Monday, December 8, 2025
20.1 C
Bhubaneswar

ସରାସିଙ୍ଗାରେ ପଞ୍ଚାୟତସ୍ତରୀୟ ବିଜୁ ଜନତାଦଳ କର୍ମୀ ସମ୍ମିଳନୀ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଟୁକୁହିହା ପଞ୍ଚାୟତର ସରାସିଙ୍ଗା ଠାରେ ପଞ୍ଚାୟତସ୍ତରୀୟ ବିଜୁ ଜନତାଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ଝୁମ୍ପୁରା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକ. ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ହରିଭକ୍ତ କୁନା ଗିରି, ବାରିଆ ସମିତି ସଭ୍ୟ ଶିବ ଚରଣ ପ୍ରଧାନ, ରାଜକିଶୋର ମହାନ୍ତ, ଯଦୁମଣି ବାରିକ,ପାପୁନ ମୁଣ୍ଡା, ବସନ୍ତ ମହାନ୍ତ, ଓକିଲ ଗିରି ,ଦିବାକର ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ। ଏହି କର୍ମୀ ସମ୍ମିଳନୀରେ ଯୋଗଦାନ କରିଥିବା ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ କହିଲେ ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାରୁ ବର୍ତ୍ତମାନ ଠାରୁ ଦଳର କର୍ମୀ ମାନଙ୍କୁ ସଚେତନା କରିବା ଏକାନ୍ତ ଆବଶ୍ୟକ। କରୋନା କଟକଣା ଯୋଗୁଁ କର୍ମୀ ମାନଙ୍କ ମଧ୍ୟରେ ସମ୍ବନୟ ରହୁନଥିବାରୁ ସରକାର ଜନସାଧାରଣଙ୍କ ହିତ ପାଇଁ କଣ କଣ ଯୋଜନା ପ୍ରସ୍ତୁତ କରୁଛନ୍ତି ତାହା ଜାଣି ପାରୁ ନଥିଲେ। କର୍ମୀ ସମ୍ମିଳନୀରେ ସରକାର କରିଥିବା ନୂଆ ଯୋଜନା ଗୁଡିକୁ ସମସ୍ତ ପାଖରେ ପହଞ୍ଚାଇବା ଦିଗରେ ସମସ୍ତ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ପଞ୍ଚାୟତ ନିର୍ବାଚନ ଆଗରୁ ଦଳକୁ ସୁଦୃଢ କରିବା ଦିଗରେ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ଏହି କର୍ମୀ ସମ୍ମିଳନୀରେ ଟୁକୁଡିହା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ବିଜୁ ଜନତା ଦଳର କର୍ମୀ ମାନେ ଯୋଗଦାନ କରି ଗ୍ରାମାଞ୍ଚଳରେ ଦଳର ସ୍ଥିତି କିପରୀ ରହିଛି କଣ କଲେ ଦଳ ଅଧିକ ସଦୃଢ ହୋଇ ପାରିବ ସେ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ସେହିପରି ଏହି ବ୍ଲକର ଅସନପାଟ ଠାରେ ମଧ୍ୟ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତ୍ୱତ୍ତା ବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ପଞ୍ଚାୟତର ବିଭିନ୍ନ ଗ୍ରାମର ବିଜୁ ଜନତା ଦଳର କର୍ମୀ ମାନେ ଅଂଶ ଗ୍ରହଣ କରି ସେମାନଙ୍କ ମତାମତ ରଖିଥିଲେ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories