ଲକ୍‌ଡାଉନ୍‌କୁ ପୂରିଲା ୨ ବର୍ଷ, ଦେଶରେ ଆଜିର ଦିନରେ ହୋଇଥିଲା ତାଲାବନ୍ଦ

ନୂଆଦିଲ୍ଲୀ: ଭାରତରେ ଆଜିର ଦିନରେ ଲାଗୁ ହୋଇଥିଲା ଲକଡାଉନ୍‌ । ୨୪ ମାର୍ଚ୍ଚ ୨୦୨୦ରେ କରୋନା ପାଇଁ ଭାରତ ସରକାର ଲକଡାଉନ୍‌ ଘୋଷଣା କରିଥିଲେ । ଏହାକୁ ଆଜି ୨ ବର୍ଷ ପୂରଣ କରିଛି । ୨୨ ମାର୍ଚ୍ଚ ୨୦୨୦ରେ ୧୪ ଘଣ୍ଟାର ଜନତା କର୍ଫ୍ୟୁ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ସାରା ଦେଶରେ ଲକଡାଉନ୍‌ ଘୋଷଣା କରିଥିଲେ । ଲକଡାଇନ ଘୋଷଣା ସମୟରେ ଦେଶରେ ୫୩୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା । ତାଲାବନ୍ଦ ଘୋଷଣା କରିବା ସମୟରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ସେ କହିଥିଲେ କି କରୋନାକୁ ନେଇ ଡରନ୍ତୁ ନାହିଁ । କରୋନା ମୁକାବିଲା ପାଇଁ କେବଳ ସତର୍କ ଜରୁରୀ । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଜରୁରୀ କାମନରହିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଭାରତରେ କରୋନାର ପ୍ରଥମ ମାମଲା ୩୦ ଜାନୁଆରୀ ୨୦୨୦ରେ କେରଳରେ ଚିହ୍ନଟ ହୋଇଥିଲା । ପରେ ଦେଶରେ ଏହି ମହାମାରୀ ହେତୁ ପ୍ରଥମ ମୃତ୍ୟୁ ୧୦ ମାର୍ଚ୍ଚରେ କର୍ଣ୍ଣାଟକରେ ଘଟିଥିଲା । ୨୪ ମାର୍ଚ୍ଚରେ ଏହି ଲକଡାଉନ୍ ଲାଗୁ କରାଯାଇଥିଲା, ଯାହାକି ୩୧ ମେ ପର୍ଯ୍ୟନ୍ତ ଚାଲିଥିଲା । ପୂର୍ବରୁ ଲାଗୁ ହୋଇଥିବା ଜନତା କର୍ଫ୍ୟୁରେ ଏହା ଲକଡାଉନର ଏକ ପରୀକ୍ଷା ବୋଲି କୁହାଯାଇଥିଲା । ତା’ପରେ ଲକଡାଉନ୍ କେବେ ଖୋଲିବ ତାହା କାହାରି ଧାରଣା ମଧ୍ୟ କରିନଥିଲେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ୨୧ଦିନର ପ୍ରଥମ ଲକଡାଉନ୍ ପରେ ଏହାକୁ ଅନେକ ଥର ବୃଦ୍ଧି କରାଯାଇଥିଲା । ସହରଗୁଡିକରେ କାମ ବନ୍ଦ ହେତୁ ହଜାର ହଜାର ଲୋକ ପାଦରେ ଗାଁକୁ ପଳାଇ ଆସିଥିଲେ । ଗ୍ରୋସରୀ ଦୋକାନ, ବ୍ୟାଙ୍କ, ଏଟିଏମ୍, ପେଟ୍ରୋଲ୍ ପମ୍ପ, ଔଷଧ ଦୋକାନ ଏବଂ କିଛି ଜରୁରୀ ଜିନିଷ ବ୍ୟତୀତ ସବୁକିଛି ବନ୍ଦ ରହିଥିଲା ​​| ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲକଡାଇନକୁ କଡ଼ାକଡ଼ି ପାଳନ କରିବାକୁ । ସହରର ଗଡ଼ିକନ୍ଦିରେ ପୋଲିସ କଡ଼ା ଚେକିଂ କରୁଥିବା ଦେଖିବାକୁ ମିଳିଥିଲା ।

Comments are closed.