www.samajalive.in
Saturday, December 6, 2025
26.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କ ଖବର ସଂଗ୍ରହ ପାଇଁ ଯାଇ ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି : ରାଜ୍ୟ ସରକାର

ଭୁବନେଶ୍ବର : ଏବେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କିତ ଫଟୋ ଓ ସମ୍ବାଦ ସଂଗ୍ରହ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ଚେକ୍‌ ପଏଣ୍ଟକୁ ଯାଉଛନ୍ତି। ପଶ୍ଚିମ ବଙ୍ଗ ଲିଙ୍କ୍ ପରେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କଠାରେ କରୋନା ଭୂତାଣୁ ପିଜିଟିଭ୍‌ ବାହାରିବା ଆଶଙ୍କା ରହିଛି। ବିଭିନ୍ନ ରାଜ୍ୟରେ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମ ପ୍ରତିନିଧି କରୋନା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରବାସୀ ଓଡ଼ିଆଙ୍କଠାରୁ ଯେଭଳି ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସଂକ୍ରମଣ ନ ହେବ ସେଥିପାଇଁ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରବାସୀ ଓଡ଼ିଆଙ୍କ ପାଖକୁ ଯାଇ ଖବର ସଂଗ୍ରହ ନ କରିବା ପାଇଁ ଅନୁରୋଧ କରିଛନ୍ତି। ତେଣୁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାର ନିର୍ଦେଶାନାମା ଜାରି କରିଛନ୍ତି। ବିଶେଷ କରି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦେଶାନାମା ଗଣମାଧ୍ୟମ ପାଇଁ ଜାରି କରାଯାଇଛି। ଏହି ନିର୍ଦେଶାନାମାରେ ପ୍ରବାସୀ ଓଡ଼ିଆ ଫେରନ୍ତାଙ୍କ ପହଞ୍ଚିବାସ୍ଥଳକୁ ମିଡ଼ିଆକୁ ବାରଣ କରାଯାଇଥିବାବେଳେ କୌଣସି ଗଣମାଧ୍ୟମ ପ୍ରତିନିଧି ରେଳ ଷ୍ଟେସନ୍‌ କିମ୍ବା ଚେକ୍‌ ପଏଣ୍ଟକୁ ଖବର ସଂଗ୍ରହ ପାଇଁ ଯିବାକୁ ବାରଣ କରାଯାଇଛି। ଏପରିକି କ୍ବାରେଣ୍ଟାଇନ୍‌ ଏବଂ ଆଇସୋଲେସନ୍‌ ସେଣ୍ଟରରେ ଥିବା ପ୍ରବାସୀ ଓଡ଼ିଆଙ୍କ ନିକଟକୁ ମଧ୍ୟ ମିଡ଼ିଆକୁ ଯିବାକୁ ବାରଣ କରାଯାଇଛି। କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ମିଡ଼ିଆକୁ ବାରଣ ନିର୍ଦେଶାନାମାରେ ଉଲ୍ଲେଖ କରାଯାଇଛି। ତେବେ ପ୍ରବାସୀ ଓଡ଼ିଆଙ୍କ ଫେରିବା ସମ୍ପର୍କିତ ଫଟୋ ଓ ସମ୍ବାଦ ଯୋଗାଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Hot this week

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

Related Articles

Popular Categories