www.samajalive.in
Saturday, December 6, 2025
26.1 C
Bhubaneswar

ଆପ୍‌ ବିଧାୟକ ମନୋଜ କୁମାରଙ୍କୁ ୩ମାସ ଜେଲଦଣ୍ଡ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ଶାସକ ଦଳ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଝଟ୍‌କା ଲାଗିଛି। ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ଆପ୍‌ ବିଧାୟକ ମନୋଜ କୁମାରଙ୍କୁ ୩ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ନିର୍ବାଚନୀ ପ୍ରକ୍ରିୟାରେ ବାଧା ଦେବା ମାମଲାରେ ରାଉଜ ଏଭିନ୍ୟୁ କୋର୍ଟ କୋଣ୍ଡଲୀ ବିଧାୟକ ମନୋଜଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ କଲ୍ୟାଣପୁରୀ ଥାନାରେ ଏହି ମାମଲା ରୁଜୁ ହୋଇଥିଲା। ବିଚାରପତି ସମର ବିଶାଲ ବିଧାୟକ ମନୋଜ କୁମାରଙ୍କୁ ସରକାରୀ କାର୍ଯ୍ୟରେ ବାଧା ଦେବା, ମତଦାନ କେନ୍ଦ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଆଦି ଧାରାରେ ଗତ ୪ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ।

୨୦୧୩ ନିର୍ବାଚନ ସମୟରେ ମନୋଜ କୁମାରଙ୍କ ନେତୃତ୍ଵରେ ୫୦ରୁ ଅଧିକ ଆପ୍‌ କର୍ମକର୍ତ୍ତା ଏମସିଡି ସ୍କୁଲ ଫାଟକ ସମ୍ମୁଖରେ ହଙ୍ଗାମା କରିଥିଲେ। ଫଳରେ ମତଦାନ ପ୍ରକ୍ରିୟାରେ ବାଧା ଉପୁଜିଥିଲା। ମତଦାତାମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏମାନେ ଫାଟକ ବନ୍ଦ କରିଦେବାରୁ ସ୍କୁଲ ଭିତରେ ପୁଲିସ କର୍ମଚାରୀ ଏବଂ ନିର୍ବାଚନ ଅଧିକାରୀ ଓ କର୍ମଚାରୀମାନେ ଅଟକ ରହିଥିଲେ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories