www.samajalive.in
Wednesday, December 10, 2025
18.1 C
Bhubaneswar

ଆଜମ ଖାନ ଦେବେ ୩.୮୦ କୋଟି ଜୋରିମାନା, ହଟିବ ଜୌହର ବିଶ୍ୱବିଦ୍ୟାଳୟ ଫାଟକ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି (ଏସପି) ନେତା ଆଜମ ଖାନଙ୍କ ଅସୁବିଧା ବଢିବାରେ ଲାଗିଛି। ଜମି ଜବଦରଦଖଲ ମାମଲାରେ ଗୁରୁବାର ରାମପୁର ଏସଡିଏମ କୋର୍ଟ ୧୫ ଦିନ ମଧ୍ୟରେ ଜୌହର ବିଶ୍ୱବିଦ୍ୟାଳୟର ଫାଟକ ହଟାଇବାକୁ ନିର୍ଦେଶ ଦେଇଛନ୍ତି। ଏହାସହ କୋର୍ଟ ଜୌହର ବିଶ୍ୱବିଦ୍ୟାଳୟ ଦ୍ୱାରା ବେଆଇନ ଭାବେ ଫାଟକ ନିର୍ମାଣ କରିବା ମାମଲାରେ ୩.୮୦ କୋଟି ଟଙ୍କାର ଜୋରିମାନା ଲଗାଇଛନ୍ତି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ପିପି ଆକ୍ଟରେ ଏସଡିଏମ କୋର୍ଟରେ ମୋକଦ୍ଦମା ଦାଏର କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ସଡ଼କ ହେଉଛି ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି)ର। ଫାଟକ ନିର୍ମାଣ କରି ଏହି ସଡ଼କକୁ ବନ୍ଦ କରିଦିଆଯାଇଛି।
ଏନେଇ ଜୌହର ବିଶ୍ୱବିଦ୍ୟାଳୟକୁ ନୋଟିସ୍‍ ଜାରି ପରେ ବିଶ୍ୱବିଦ୍ୟାଳୟ ହାଇକୋର୍ଟ ଯିବା ପାଇଁ ୧୫ ଦିନର ସମୟ ମାଗିଥିଲା। ହେଲେ ଏସଡିଏମ କୋର୍ଟ ଜୌହର ବିଶ୍ୱବିଦ୍ୟାଳୟକୁ ସମୟ ଦେବାକୁ ମନା କରିଦେଇଛନ୍ତି।
ପ୍ରକାଶଯୋଗ୍ୟ ଯେ ଏସପି ନେତା ତଥା ରାମପୁର ସାଂସଦ ଆଜମ ଖାନ ଜୌହର ବିଶ୍ୱବିଦ୍ୟାଳୟ ନାମରେ କୃଷକଙ୍କ ଜମିକୁ ବଳପୂର୍ବକ ଦଖଲକୁ ନେଇଥିବା ଅଭିଯୋଗ ହୋଇଛି। ଏନେଇ କୃଷକମାନେ ରାଜ୍ୟପାଳଙ୍କୁ ଅଭିଯୋଗ କରିଛନ୍ତି। ଏହାକୁ ନେଇ ରାମପୁର ପ୍ରଶାସନ ରାଜ୍ୟ ସରକାରଙ୍କ ଆଣ୍ଟି-ଭୂମାଫିଆ ପୋର୍ଟାଲରେ ଆଜମ ଖାନଙ୍କ ନାମକୁ ତାଲିକାଭୁକ୍ତ କରିଛି। ଏହାଦ୍ୱାରା ଆଜାମ ଖାନ ଭୂମାଫିଆ ଘୋଷିତ ହୋଇଛନ୍ତି। ଗତ କିଛି ଦିନ ମଧ୍ୟରେ ଆଜମ ଖାନଙ୍କ ବିରୋଧରେ ୧୩ଟି ନୂଆ ଅପରାଧିକ ମାମଲ ରୁଜୁ ହେଉଛି। ଏହାକୁ ମିଶାଇ ଆଜମ ଖାନଙ୍କ ବିରୋଧରେ ରୁଜୁ ଅପରାଧିକ ମାମଲା ସଂଖ୍ୟା ୨୬ରେ ପହଞ୍ଚିଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories