www.samajalive.in
Friday, December 5, 2025
27.1 C
Bhubaneswar

ଜେଲରେ ମହିଳା କଏଦୀ ହେଉଛନ୍ତି ଗର୍ଭବତୀ: ହାଇକୋର୍ଟ କହିଲେ, ‘ଗମ୍ଭୀର ମାମଲା’

କୋଲକାତା : ପଶ୍ଚିମବଙ୍ଗର ଜେଲରେ ମହିଳା କଏଦୀ ଗର୍ଭବତୀ ହେବା ମାମଲା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଏକ ଜନହିତ ଯାଚିକା ଗୁରୁବାର କଲିକତା ହାଇକୋର୍ଟରେ ଦାୟର ହୋଇଛି । ଯାଚିକାର ଶୁଣାଣି କରି କୋର୍ଟ କହିଛନ୍ତି କି ରାଜ୍ୟରେ ଜେଲରେ ବନ୍ଦ ମହିଳା କଏଦୀ ହେପାଜତରେ ଥିବା ସମୟରେ ଗର୍ଭବତୀ ହେବା ନିଶ୍ଚିତ ଭାବେ ଏକ ଗମ୍ଭୀର ମାମଲା ।

ଜନହିତ ଯାଚିକାରେ କୋର୍ଟଙ୍କୁ ଆବେଦନ କରାଯାଇଛି କି ସୁଧାର ଗୃହରେ ପୁରୁଷ କର୍ମଚାରୀଙ୍କୁ ସେହି କ୍ଷେତ୍ରରେ କାମ କରିବା ଉପରେ ରୋକ ଲଗାଇବା ଉଚିତ୍ ଯେଉଁଠି ମହିଳା କଏଦୀଙ୍କୁ ରଖାଯାଉଛି । ଚିଫ୍ ଜଷ୍ଟିସ୍ ଟିଏସ୍ ଶିବଗଣମନ୍ ଏବଂ ଜଷ୍ଟିସ୍ ସୁପ୍ରତିମ ଭଟ୍ଟାଚାର୍ଯ୍ୟଙ୍କ ପୀଠ ଏହି ମାମଲାରେ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି କି ମାମଲା ଗମ୍ଭୀର । ଯାଚିକାରେ ହାଇକୋର୍ଟଙ୍କୁ ଜଣାଯାଇଛି କି ଏପର୍ଯ୍ୟନ୍ତ ଜେଲରେ ଅତି କମରେ ୧୯୬ ପିଲା ଜନ୍ମ ହୋଇସାରିଲେଣି । ମାମଲାକୁ ନେଇ ମୁଖ୍ୟ ବିଚାରପତି କହିଛନ୍ତି କି ଏହା ଏକ ଗମ୍ଭୀର ମୁଦ୍ଦା । ଏହି ମାମଲା ଅପରାଧିକ ମାମଲାର ଶୁଣାଣି କରୁଥିବା ପୀଠଙ୍କୁ ଟ୍ରାନ୍ସଫର କରିବା ଉଚିତ୍  । ତେବେ ଯାଚିକାରେ ଆବେଦନ କରାଯାଇଛି କି ମହିଳା କଏଦୀଙ୍କ ଓ୍ବାଡରେ ପୁରୁଷ କର୍ମଚାରୀଙ୍କୁ ଯିବାକୁ ବାରଣ କରାଯାଉ ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories