www.samajalive.in
Monday, December 8, 2025
27.1 C
Bhubaneswar

କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଭୋଟ ଗଣନା ଲାଗି ପ୍ରସ୍ତୁତି ଚୂଡାନ୍ତ

ଡେସ୍କ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଲାଗି ଭୋଟ ଗଣନା ଆସନ୍ତାକାଲି (ମେ ୧୩) ସକାଳ ୮ଟାରୁ ଆରମ୍ଭ ହେବ। ଏଠଲାଗି ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ୩୪ଟି ଭୋଟ ଗଣତି କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ମତ ଗଣନା କରାଯିବ। ମେ ୧୦ରେ କର୍ଣ୍ଣାଟକରେ ହୋଇଥିବା ମତଦାନ ନୂଆ ରେକର୍ଡ ସୃଷ୍ଟି କରିଛି ଯେଉଁଥିରେ ୭୩.୧୯% ମତଦାନ ହୋଇଥିଲା। ୨୦୧୮ ବିଧାନସଭା ନିର୍ବାଚନରେ ସେଠାରେ ୭୨.୪୪% ମତଦାନ ହୋଇଥିଲା।

ସୂଚନା ଅନୁଯାୟୀ, ମତ ଗଣନା ସମୟରେ ମାନକ ପରିଚାଳନା ପ୍ରକ୍ରିୟା ଅନୁସରଣ କରାଯିବ। ମତ ଗଣନା ଆରମ୍ଭ ହେବା ପୂର୍ବରୁ ଇଭିଏମ ଗୁଡିକୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି, ରିଟର୍ଣ୍ଣିଙ୍ଗ ଅଫିସର ଓ ନିର୍ବାଚନ କମିଶନ ପ୍ରତିନିଧିଙ୍କ ଉପସ୍ଥିତିରେ ଟେବୁଲକୁ ଅଣାଯାଇ ଗଣନା ହେବା ସହ ଭିଭିପାଟର ପେପର ସ୍ଲିପ ମଧ୍ୟ ଗଣାଯିବ। ମତ ଗଣନା କେନ୍ଦ୍ରରେ ତ୍ରିସ୍ଥରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ମାଧ୍ୟମରେ ସମସ୍ତ ପ୍ରକ୍ରିୟା ରେକର୍ଡ କରାଯିବ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories