ସମାଜ ପୋର୍ଟାଲ ଡେସ୍କ: ସମସ୍ତ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସୋମବାରଠାରୁ ମନ୍ତ୍ରଣାଳୟରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ଜଣାପଡିଛି। ସେମାନେ ମନ୍ତ୍ରାଳୟରେ କାର୍ଯ୍ୟ କରିବା ସମୟରେ କରୋନା ପରବର୍ତ୍ତୀ ଅର୍ଥନୈତିକ ସ୍ଥିତିର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ। ସମସ୍ତ ମନ୍ତ୍ରଣାଳୟକୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଅନ୍ୟାନ୍ୟ ଅଧିକାରୀଙ୍କ ମଧ୍ୟରେ ଯୁଗ୍ମ ସଚିବ ଏବଂ ଉଚ୍ଚ ପଦବୀ ଅଧିକାରୀମାନେ ସମ୍ପୃକ୍ତ ବିଭାଗରେ ସୋମବାରଠାରୁ କାର୍ଯ୍ୟ ଆରମ୍ଭ କରିବେ। ପ୍ରତ୍ୟେକ ମନ୍ତ୍ରଣାଳୟର ଏକ ତୃତୀୟାଂଶ କର୍ମଚାରୀ ଉପସ୍ଥିତ ରହିବା ଆବଶ୍ୟକ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସରକାର କୋଭିଡ-୧୯ ହଟସ୍ପଟ୍ ଉପରେ ଧ୍ୟାନ ଦେଉଛନ୍ତି ଏବଂ ଲକ ଡାଉନ ଅବଧି ଶେଷ ହେବ ପରେ ଅର୍ଥନୀତିକୁ ଟ୍ରାକକୁ ଆଣିବାକୁ ଉଦ୍ୟମ କରାଯିବ ବୋଲି କୁହାଯାଇଛି।



