ନୂଆଦିଲ୍ଲୀ: ଦୁର୍ନୀତି ଓ ଲାଞ୍ଚ ମାମଲାରେ ଉତ୍ତରପ୍ରଦେଶର ତିନି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଉତ୍ତରପ୍ରଦେଶ ପୁଲିସର ସ୍ୱତନ୍ତ୍ର ଇନ୍ଭେଷ୍ଟିଗେସନ୍ ଟିମ୍(ଏସ୍ଆଇଟି) ଗିରଫ କରିଛି। ଗତ ବୁଧବାର ଉତ୍ତରପ୍ରଦେଶ ବିଧାନସଭା ପରିସରରେ ଲାଞ୍ଚ ମାଗୁଥିବାର ଭିଡିଓ ଏକ ନ୍ୟୁଜ୍ ଚ୍ୟାନେଲ୍ରେ ପ୍ରସାରିତ ହେବା ପରେ ସେମାନଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଲିସ ଅତିରିକ୍ତ ମହାନିର୍ଦେଶକ ରାଜୀବ କ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ ଟିମ୍ ଗଠନ କରିଥିଲେ।
ଗିରଫ ପରେ ସମ୍ପୃକ୍ତ ତିନି ସଚିବଙ୍କୁ ନିଲମ୍ବନ କରାଯାଇଛି। ଅଭିଯୁକ୍ତ ସଚିବମାନେ ଖଣି, ଅବକାରୀ ମନ୍ତ୍ରୀ ଅର୍ଚ୍ଚନା ପାଣ୍ଡେ, ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଓମ୍ ପ୍ରକାଶ ରାଜବାହାର, ଶିକ୍ଷାମନ୍ତ୍ରୀ ସନ୍ଦୀପ ସିଂହଙ୍କ ବ୍ୟକ୍ତିଗତ ସଚିବ।
ଉତ୍ତରପ୍ରଦେଶର ତିନି ମନ୍ତ୍ରୀଙ୍କ ସଚିବ ଗିରଫ
Popular Categories



