www.samajalive.in
Wednesday, December 10, 2025
18.1 C
Bhubaneswar

କରୋନା ଭୟ : ହାତ ନମିଳାଇ ନମସ୍କାର କରିବାକୁ ପରାମର୍ଶ ଦେଲେ ମମତା

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସରେ ଏପର୍ଯ୍ୟନ୍ତ ୮୧ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏପରିକି ଗତକାଲି କରୋନା ସଂକ୍ରମଣରେ କର୍ଣ୍ଣାଟକର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ପାଇଁ ଲୋକଙ୍କୁ ଶତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ସେ ହାତ ମିଳାଇବା ପରିବର୍ତ୍ତେ ନମସ୍କାର କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ଏଥି ସହ ବିଜେପି ସାଂସଦ ମେନକା ଗାନ୍ଧୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ବ୍ୟତୀତ ହେମା ମାଲିନି ଲୋକଙ୍କୁ ଏହି ଭାଇରସକୁ ଗମ୍ଭୀରତାର ସହ ନେବାକୁ କହିଛନ୍ତି।
ନମସ୍କାର : ମମତା ବାନାର୍ଜୀ
କୋଲକାତାରେ ଏକ ରାଲିରେ ଶୁକ୍ରବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଭାଇରସର ପ୍ରଭାବ ନ କମିଛି ସେ ଯାଏଁ ଲୋକଙ୍କ ସହ ହାତ ମିଳାଇବା ବଦଳରେ ଦୂରରୁ ନମସ୍କାର କରନ୍ତୁ। ଏହା ଜଣେ ମଣିଷ ଅନ୍ୟ ମଣିଷମାନଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା ଅଧିକ ବ୍ୟାପିଥାଏ ।
ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେପି ସାଂସଦ ମେନକା ଗାନ୍ଧୀ। ସେ କହିଛନ୍ତି, ’ମୁଁ କେତେକ ସରକାରୀ ସ୍ୱାସ୍ଥ୍ୟ ବିଭାଗ ବିରୋଧରେ ଅଭିଯୋଗ ପାଇଛି ଯେ ସେମାନେ କରୋନା ଭାଇରସ୍ ସମ୍ବନ୍ଧରେ ଲୋକମାନଙ୍କୁ ଭୁଲ ତଥ୍ୟ ଦେଉଛନ୍ତି। କେତେକ ସ୍ୱାସ୍ଥ୍ୟ ବିଭାଗ ପଶୁମାନଙ୍କୁ ନ ଛୁଇଁବାକୁ ଲୋକମାନଙ୍କୁ ପରାମର୍ଶ ଦେଉଛନ୍ତି। ଏହି ଭୂତାଣୁ ପଶୁମାନଙ୍କ ଦ୍ବାରା ବ୍ୟାପିନଥାଏ କିମ୍ବା ପଶୁମାନଙ୍କଠାରେ ଏହାର ଭୂତାଣୁ ନଥାଏ। ତେଣୁ ସମସ୍ତ ସ୍ବାସ୍ଥ୍ୟ ବିଭାଗକୁ ମିଥ୍ୟା ପ୍ରଚାର ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
କରୋନା ଭୂତାଣୁକୁ ଗମ୍ଭୀରତାର ସହ ନେବାକୁ ପରାମର୍ଶ ଦେଲେ ହେମା ମାଳିନୀ
ବିଜେପି ସାଂସଦ ହେମା ମାଳିନୀ କରୋନା ଭାଇରସକୁ ଗମ୍ଭୀରତାର ସହ ନେବାକୁ କହିଛନ୍ତି। ସେ କହିଛନ୍ତି, ’ସମସ୍ତେ ସାବଧାନ ରୁହନ୍ତୁ ଏବଂ ନିଜକୁ ସୁରକ୍ଷିତ ରଖନ୍ତୁ। ବିଦେଶ ଭ୍ରମଣ କରନ୍ତୁ ନାହିଁ । ଭିସା ବାତିଲ ହେବା ଏକ ଭଲ କଥା। କରୋନାକୁ ହାଲୁକା ଭାବେ ଗ୍ରହଣ ନ କରି ଗମ୍ଭୀରତାର ସହ ନେବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories