www.samajalive.in
Monday, December 8, 2025
27.1 C
Bhubaneswar

ପାରାଦୀପ ମୁହାଣରେ ଫସିଲା ମାଛ ଧରା ଟ୍ରଲର

ପାରାଦୀପ: ପାରାଦୀପ ମୁହାଣ ମୁହଁରେ ପୁଣି ଶୁକ୍ରବାର ଏକ ମାଛ ଧରା ଟ୍ରଲର ଫସିଛି। ଡଲଫିନ୍ ନାମକ ଏକ ମାଛ ଧରା ଟ୍ରଲର ମାଛ ଧରି କୂଳକୁ ଫେରୁଥିବା ବେଳେ ହଠାତ୍ ମୁହାଣ ମୁହଁରେ ବାଲି ଲାଗି ଯିବାରୁ ଅଟକି ରହିଥିବା ଦେଖିବାକୁ ମିଳିଛି । ଏହି ଟ୍ରଲରରେ ଥିବା ମୋଟ  ୯ ଜଣ  ମତ୍ସ୍ୟଜୀବୀଙ୍କୁ ଉଧାର ପାଇଁ ସାଥୀ ଟ୍ରଲର ମାନେ ପ୍ରୟାସ ଆରମ୍ଭ କରି ଦେଇଛନ୍ତି । ଗତ ସପ୍ତାହକ ତଳେ ଆଉ ଏକ ଟ୍ରଲର ଏହି ଭଲି ପୂର୍ବରୁ ଫସି ରହିଥିଲା ଓ ପରବର୍ତ୍ତୀ ଅବସ୍ତାରେ ତାକୁ ଉଦ୍ଦାର କରାଯାଇଥିଲା। ଗତ କିଛି ଦିନ ତଳେ ମୁହାଣ ମୁହଁ ଖୋଲା ସାରିଥିବା ବନ୍ଦର କର୍ତ୍ତୁପକ୍ଷ କହିଥିବା ବେଳେ ଏଭଳି ବାରମ୍ବାର ଘଟିବା ଯୋଗୁ ଖୋଳା କାର୍ଯ୍ୟକୁ ନେଇ ମତ୍ସ୍ୟଜୀବୀ ମାନେ ପ୍ରଶ୍ନ ଉଠାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories