www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଭୟରେ ଘରୁ ବାହାରୁ ନାହାନ୍ତି ସେଲିବ୍ରେଟି, ଜାଣନ୍ତୁ କିପରି କାଟୁଛନ୍ତି ସମୟ

କରୋନା ଭାଇରସ ଯୋଗୁଁ ମୁମ୍ବାଇରେ ଚଳଚ୍ଚିତ୍ର ଏବଂ ସିରିଏଲର ସୁଟିଂ ବନ୍ଦ ରହିଛି। ବର୍ଷସାରା ବ୍ୟସ୍ତ ରହୁଥିବା ଏହି ତାରକାମାନେ ଏବେ ଘରେ ସମୟ ବିତାଇବାକୁ ବାଧ୍ୟ ହେଉଛନ୍ତି। ତେବେ ଆସନ୍ତୁ ଜାଣିବା ଘରେ ରହି କେଉଁ ତାରକା କିଭଳି ଭାବେ ସମୟ ବିତାଉଛନ୍ତି……

କ୍ୟାଟ୍ରିନା କୈଫ୍ : ସୁଟିଂ ବନ୍ଦ ହେବା ପରେ କ୍ୟାଟ୍ରିନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହିଛନ୍ତି। ନିକଟରେ ଏହି ଅଭିନେତ୍ରୀ ଜଣକ ଗିତାର ବଜାଉଥିବା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯଦିଓ ଏହି ଭିଡିଓର ସ୍ୱର ନାହିଁ, ତଥାପି ଏହି ଭିଡିଓଟିକୁ ସେୟାର କରି କାମ ଚାଲିଛି, ଆଉ କିଛି ଦିନ ପରେ ସ୍ୱର ଆସିବ ବୋଲି କ୍ୟାଟ୍ରିନା ଲେଖିଛନ୍ତି। ଏହା ବ୍ୟତୀତ କ୍ୟାଟ୍ରିନା ଆଲପାକାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

- Advertisement -

ଅନୁଷ୍କା ଶର୍ମା : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦୀର୍ଘ ଦିନ ଧରି ଫିଲ୍ମରେ ଦେଖିବାକୁ ମିଳି ନଥିଲା କିନ୍ତୁ କରୋନା ଭାଇରସ ହେତୁ ସେ ଘରେ ବନ୍ଦୀ ଭାବରେ ଜୀବନ କାଟୁଛନ୍ତି। ଅନୁଷ୍କା ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’ ନେଇ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଲୋକମାନଙ୍କୁ କିପରି ହାତ ଧୋଇବା ଉଚିତ୍ ସେ ବିଷୟରେ ଅବଗତ କରାଉଛନ୍ତି।

ଦୀପିକା ପାଦୁକୋନ : ଦୀପିକା ପାଦୁକୋନ ମଧ୍ୟ କରୋନା କାରଣରୁ ଘରେ ଦିନ କାଟୁଛନ୍ତି। ଦୀପିକା ଘରେ ବିଭିନ୍ନ ପ୍ରକାର କାମ କରୁଛନ୍ତି।  ସେ କହିଛନ୍ତି ଯେ, ଏହି ଖାଲି ସମୟରେ ସେ ଆଲମାରୀ ସଫା କରୁଛନ୍ତି। ଏହା ବ୍ୟତୀତ ସେ ଚେହେରାକୁ ମାଲିସ୍ କରୁଥିବାବେଳେ ନିଜର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହାପୂର୍ବରୁ ଅନୁଷ୍କାଙ୍କ ପରି ଦୀପିକା ମଧ୍ୟ ‘ସେଫ୍ ହ୍ୟାଣ୍ଡ ଚ୍ୟାଲେଞ୍ଜ’ ସହିତ ଏକ ଭିଡିଓ କରିଥିଲେ।

ଆୟୁଷ୍ମାନ ଖୁରାନା : ଆୟୁଷ୍ମାନ ଖୁରାନା କବିତା ଲେଖିବାକୁ ଭଲ ପାଆନ୍ତି। ଘରେ ଥିବାରୁ ସେ ବର୍ତ୍ତମାନ ଖାଲି ସମୟରେ ବହୁତ କବିତା ଲେଖୁଛନ୍ତି। ସେ ଲେଖିଛନ୍ତି

ବର୍ତ୍ତମାନ ଧନୀଙ୍କର ପ୍ରତ୍ୟେକ ଦିନ ରବିବାର
ଏବଂ ଗରିବ ସୋମବାରକୁ ଅପେକ୍ଷା କରିଛି
ବର୍ତ୍ତମାନ ଧନୀଙ୍କ ପ୍ରତିଦିନ ପରିବାର ହୋଇ ଯାଇଛି
ଏବଂ ଗରିବ ରୋଜଗାରକୁ ଅପେକ୍ଷା କରିଛି

କରୀନା କପୁର : କରୀନା କିଛି ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ଡେବ୍ୟୁ କରିଛନ୍ତି। ବର୍ତ୍ତମାନ ସେ ଘରେ ରହୁଥିବା ସମୟରେ ଏହାକୁ ବହୁତ ବ୍ୟବହାର କରୁଛନ୍ତି। ନିକଟରେ କରୀନା ନିଜ ପିଲାଦିନର ଏକ ଫଟୋ ସେୟାର କରି ଲୋକଙ୍କୁ ମେସେଜ୍ ଲେଖିଛନ୍ତି ଯେ, ଯେତେବେଳେ କେହି ମୋ ସହ ହାତ ମିଳାଇବାକୁ ଚେଷ୍ଟା କରେ ମୁଁ ଏହିପରି ପ୍ରତିକ୍ରିୟା କରୁଥିଲି। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ଦୂରତା ବଜାୟ ରଖନ୍ତୁ। ଏହା ବ୍ୟତୀତ କରୀନା ଏକ ପୋଷ୍ଟ ମାଧ୍ୟମରେ ମଧ୍ୟ କହିଛନ୍ତି ଯେ ଘରେ ବସି ତାଙ୍କ ସ୍ୱାମୀ ସୈଫ୍ ଅଲି ଖାନ୍ ବହି ପଢୁଛନ୍ତି ଏବଂ ସେ ଇନଷ୍ଟାଗ୍ରାମରେ ସମୟ ବିତାଉଛନ୍ତି।

ଆଲିଆ ଭଟ୍ଟ : ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ କରୋନାରୁ ବର୍ତ୍ତିବା ପାଇଁ ଘରେ ରହୁଛନ୍ତି। ଆଲିଆ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ସଙ୍ଗରୋଧ ସତ୍ତ୍ୱେ ନିଜର ଫିଟନେସ୍ ପାଇଁ ମୁଁ ସମ୍ପୂର୍ଣ୍ଣ ଯତ୍ନବାନ୍। କରୋନା ଯୋଗୁଁ ବ୍ରହ୍ମାସ୍ତ୍ରର ସୁଟିଂ ମଧ୍ୟ ପ୍ରଭାବିତ ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories