www.samajalive.in
Wednesday, December 10, 2025
26.1 C
Bhubaneswar

ଭୋକିଲା ପେଟରେ କରୋନା ଯୁଦ୍ଧ : ୪୯୩ ସ୍ବାସ୍ଥ୍ୟ କର୍ମୀ ପାଇ ନାହାନ୍ତି ୨୧ ମାସ ହେଲା ଦରମା

ଭୁବନେଶ୍ବର (ରଞ୍ଜିତ୍ ମହାନ୍ତି): କରୋନା ଲଢ଼େଇ ପାଇଁ ସରକାର ତତ୍ପର। ସମସ୍ତଙ୍କୁ ଘର ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି । ଏପରି ସମୟରେ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ସରକାର ତାହାକୁ ଉପଲବ୍ଧି କରି ସେମାନଙ୍କ ନିମନ୍ତେ ପ୍ରୋତ୍ସାହନମୂଳକ ଭତ୍ତା ଘୋଷଣା କରିଛନ୍ତି । ମାତ୍ର ଏହି ଯୁଦ୍ଧରେ ସାମିଲ ଏମିତି କିଛି ଯୋଦ୍ଧା ଅଛନ୍ତି, ଯେଉଁମାନେ ଗତ ୨୧ ମାସ ଧରି ପାଉଥିବା ନାମମାତ୍ର ମାସିକ ୫୨୦୦ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ବର୍ଗର କିଛି ସ୍ବାସ୍ଥ୍ୟ କର୍ମୀ ଏ ସମ୍ପର୍କରେ ଟ୍ବିଟର ଓ ଫେସବୁକ୍ ପରି ସାମାଜିକ ଗଣମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ ।


ବିଭିନ୍ନ ଡ଼ାକ୍ତରଖାନାରେ କାମ କରୁଥିବା ଏହି ବର୍ଗର କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୪୯୩। ସେମାନଙ୍କ ମଧ୍ୟରୁ ଅନେକ ୨୦୦୯ ମସିହାରୁ କାର୍ୟ୍ୟରେ ଯୋଗ ଦେଲେଣି ଏବଂ ରାଜ୍ୟର ୨୩ ଜିଲାରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧୀନରେ କାମ କରୁଛନ୍ତି । ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ୨୦୧୯ ମାର୍ଚ୍ଚ ୮ ତାରିଖରେ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସ୍ଥାୟୀ କରାଯିବାକୁ ଘୋଷଣା କରାଯାଇଥିଲା। ତତ୍କାଳୀନ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢି ଏ ସମ୍ପର୍କରେ ସୂଚନା ଦେଇଥିଲେ। ୬ବର୍ଷରୁ କମ୍ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ ଠିକା କର୍ମଚାରୀ ଓ ୬ ବର୍ଷ ପୂରଣ କରିବାରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ମାଧ୍ୟମରେ ନିୟମିତ କରାଯିବାକୁ ଘୋଷଣା କରାଯାଇଥିଲା। ଚୁକ୍ତିଭିତ୍ତିକ ନର୍ସ, ମହିଳା ଓ ପୁରୁଷ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟମିତ କରାଯିବାକୁ ଏହି ବିଜ୍ଞପ୍ତି ଅନୁସାରେ ନିଶ୍ଚିତ କରାଯାଇଥିଲା। ମାତ୍ର ନିୟମିତ କରାଯିବା ତ ଦୂରର କଥା, ସେମାନଙ୍କୁ ଗତ ୨୧ ମାସ ଧରି ଦରମା ପ୍ରଦାନ କରାଯାଇ ନାହିଁ ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories