ରୋମ : ସାରା ବିଶ୍ୱରେ ଇଟାଲୀ ଦ୍ୱିତୀୟ ବୃହତ୍ କରୋନା ସଂକ୍ରମିତ ଦେଶ ଭାବରେ ଦକ୍ଷିଣ କୋରିଆକୁ ଅତିକ୍ରମ କରିଛି। ସେଠାରେ ଏହି ଭୂତାଣୁଜନିତ ମୃତ୍ୟୁସଂଖ୍ୟା ୧୩୩ରୁ ୩୬୬କୁ ବୃଦ୍ଧି ପାଇଥିବାବେଳେ ଲମ୍ବାଡ଼ି ଅଞ୍ଚଳରେ ସର୍ବାଧିକ ମୃତ୍ୟୁ ଘଟିଛି। ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୨୫% ବୃଦ୍ଧି ପାଇ ୫୮୮୩ ରୁ ୭,୩୭୫କୁ ବଅଦ୍ଧି ପାଇଛି।
ଦକ୍ଷିଣ କୋରିଆରେ ୭ ହଜାର ୩୧୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ସେଠାରେ ସଂକ୍ରମିତଙ୍କ ସଂଖ୍ୟା କମ୍ ହେବାରେ ଲାଗିଛି। ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାର୍ଯ୍ୟକ୍ରମକୁ ବାତିଲ୍ କରାଯିବା ସହିତ ସ୍କୁଲ୍ଗୁଡ଼ିକୁ ବନ୍ଦ୍ ରଖାଯାଇଛି।



