କୋଭିଡ଼ ଟୀକାକୁ ନେଇ କଂଗ୍ରେସର ସନ୍ଦେହ; ଏମିତି ଜବାବ ଦେଲେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା
ଭାରତ ବାୟୋଟେକର କୋଭିଡ -୧୯ ଟୀକାକୁ ମିଳିଛି ଅନୁମୋଦନ । ତେବେ ଏହି ଅନୁମୋଦନକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଟୀକା ଅନୁମୋଦନକୁ ନେଇ କିଛି କଂଗ୍ରେସ ନେତାଙ୍କ ପ୍ରଶ୍ନ ଉଠାଇବା ପରେ ବିଜେପି ସଭାପତି ଜେପି ନଡା ଦେଇଛନ୍ତି କଡ଼ା ଜବାବ । ରବିବାର ସେ କହିଛନ୍ତି ଯେ ଯେତେବେଳେ ବି ଦେଶ କିଛି ସଫଳତା ହାସଲ କରିଥାଏ, ବିରୋଧୀ ତାହାକୁ କେବଳ ପରିହାସ କରିଥାଆନ୍ତି । ସେହିପରି କେନ୍ଦ୍ର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ବିରୋଧୀ ଦଳର ନେତାଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସବୁ କଥାରେ କଂଗ୍ରେସ ପରିହାସ କରିଥାଏ ଓ କଂଗ୍ରେସକୁ ସବୁ କଥା ଅନିୟମିତ ଲାଗିଥାଏ ।
Congress and the Opposition is not proud of anything Indian. They should introspect about how their lies on the COVID-19 vaccine will be used by vested interest groups for their own agendas.
People of India have been rejecting such politics and will keep doing so in the future.— Jagat Prakash Nadda (@JPNadda) January 3, 2021
ଏହି ପରିପ୍ରେକ୍ଷୀରେ ବିଜେପି ସଭାପତି ଜେ.ପି.ନଡ଼୍ଡ଼ା ଟ୍ବିଟ କରି କହିଛନ୍ତି ଯେ କଂଗ୍ରେସ ବା ଅନ୍ୟ ବିରୋଧୀ ଦଳ କୌଣସି ଭାରତୀୟ ସାମଗ୍ରୀ ପାଇଁ ଗର୍ବିତ ନୁହନ୍ତି । କୋଭିଡ଼ ୧୯ ଉପରେ ସେମାନଙ୍କର ଏଜେଣ୍ଡା ନ୍ୟସ୍ବସ୍ବାର୍ଥ ଉପରେ ପର୍ଯ୍ୟବେଶିତ ।
ରବିବାର ଦିନ ଆନନ୍ଦ ଶର୍ମା, ଶଶି ଥରୁର ଏବଂ ଜୟରାମ ରମେଶଙ୍କ ସମେତ କେତେକ କଂଗ୍ରେସ ନେତା ସୀମିତ ବ୍ୟବହାର ପାଇଁ ଭାରତ ବାୟୋଟେକର କୋଭିଡ -୧୯ ଟୀକାକୁ ଦିଆଯାଇଥିବା ଜରୁରୀ ଅନୁମୋଦନକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏହି ନେତାମାନେ କହିଛନ୍ତି ଯେ ଏହି କାର୍ଯ୍ୟ ଅତ୍ୟନ୍ତ ତରବରିଆ ଭାବରେ କରାଯାଇଛି ଓ ଭବିଷ୍ୟତରେ ଏହା ବିପଜ୍ଜନକ ପ୍ରମାଣିତ ହୋଇପାରେ ।
Comments are closed.