www.samajalive.in
Monday, December 8, 2025
27.1 C
Bhubaneswar

ଓଡ଼ିଶାର କଳା ଓ ସଂସ୍କୃତି ବେଶ୍‌ ସମୃଦ୍ଧ, ଏହାର ଉପାଦେୟ ପୂର୍ଣ୍ଣ ବ୍ୟବହାର କରାଯିବା ଉଚିତ

ଭୁବନେଶ୍ୱର: କାଦମ୍ବିନୀର ନବବର୍ଷ ବନ୍ଧୁମିଳନ ତଥା କାଦମ୍ବିନୀ ଓ କରୋନା କଟକଣା ମଧ୍ୟରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାଦମ୍ବିନୀ ଓ କୁନିକଥା ନୂଆବର୍ଷ ସ୍ବତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଭର୍ଚ୍ୟୁଆଲ୍‍ ମୋଡ୍‍ରେ ଆମେରିକାର ଚିକାଗୋ ସହରରୁ ବିଶିଷ୍ଟ ସୂଚନା ବିଜ୍ଞାନୀ ସାମ୍‍ ପିଟ୍ରୋଡା ଯୋଗଦେଇ ହାଇପର୍‍ କନେକ୍‍ଟିଭିଟିର ଉପାଦେୟ ପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରା ଖୁବ୍‍ ସମୃଦ୍ଧ। ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାକୁ ବିଶ୍ୱରେ ପହଞ୍ଚାଇବା ପାଇଁ ହାଇପର୍‍ କନେକ୍‍ଟିଭିଟି ଆମକୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଛି। ଏହା ମାଧ୍ୟମରେ ବିଶ୍ୱରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତିର ପ୍ରସାର ଓ ପ୍ରଚାର ହେବା ସହ ବିଶ୍ୱବାସୀ ଆମର କଳା, ସଂସ୍କୃତି ଓ ପରମ୍ପରା ବିଷୟରେ ଜ୍ଞାନ ଆହରଣ କରିପାରିବେ ବୋଲି ସେ କହିଥିଲେ।

ସେହିପରି କାର୍ଯ୍ୟକ୍ରମରେ କଲିକତାରୁ ଡ. ଋକ୍ମିଣୀ ବାନାର୍ଜୀ ଯୋଗଦେଇ ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଶିକ୍ଷାର ତିନୋଟି ମହତ ଉଦ୍ଦେଶ୍ୟ ରହିଛି। ଆମେ ଉଚ୍ଚତର ଜ୍ଞାନ ଆହରଣ ପାଇଁ ଶିକ୍ଷାଲାଭ କରିଥାଉ, ରୋଜଗାର ଓ ଚାକିରି ପାଇଁ ଶିକ୍ଷାର ଆବଶ୍ୟକ ରହିଥିବା ବେଳେ ଜୀବନ ପାଇଁ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଜ୍ଞାନ ଆହରଣ ଓ ରୋଜଗାର ପାଇଁ ଶିକ୍ଷାଠାରୁ ଜୀବନ ପାଇଁ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସେ ମତ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକ, ସବ୍ୟସାଚୀ ମିଶ୍ର, ଦୌଡ଼ରାଣୀ ଦୂତୀ ଚାନ୍ଦ, ସାହିତ୍ୟିକ ବିଜୟ କୁମାର ନାୟକ, ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। କାଦମ୍ବିନୀ ପ୍ରତିଷ୍ଠାତା ଓ ଦିଗ୍‍ଦର୍ଶକ ଡ.ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ଡ.ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କାଦମ୍ବିନୀର ନୂଆବର୍ଷ ସ୍ୱତନ୍ତ୍ର ୨୦୨୧ ଓ କୁନିକଥା ଜାନୁଆରୀ ୨୦୨୧ ସଂଖ୍ୟାର ଶୁଭ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ସାହିତ୍ୟିକ, କବି, ଲେଖକ, ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories