www.samajalive.in
Monday, December 8, 2025
20.1 C
Bhubaneswar

ଖଣ୍ଡଗିରିସ୍ଥିତ ବିଶ୍ୱ ଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ମଠ ପରିସରରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୂବନେଶ୍ୱର: ଆଜି ଖଣ୍ଡଗିରିସ୍ଥିତ ବିଶ୍ୱ ଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ମଠ ପରିସରରେ ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଭାରତୀୟ ଜନତା ଦଳର ଓଡିଶା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପର୍ଶୁରାମ ବେହେରାଙ୍କ ଦ୍ୱାରା ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବିଭିନ୍ନ ମଠର ସାଧୁସନ୍ଥ ଓ କେତେକ ଅନୁଷ୍ଠାନର ମାନ୍ୟଗଣ୍ୟ ବ୍ୟକ୍ତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ସାମଜସେବୀ ତଥା ରାଷ୍ଟ୍ରୀୟ ଉପଭୋକ୍ତା ଅଧିକାର ଆୟୋଗର ଉପସଭାପତି ତଥା ବାଲେଶ୍ୱରସ୍ଥିତ ଚନ୍ଦ୍ରାଲୋକ ଆକ୍ୱାର ପ୍ରୋପାଇଟର ଏବଂ ଭାରତୀୟ ଜନତା ଦଳର ଓଡିଶା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପର୍ଶୁରାମ ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ନିଷ୍ଠାର ସହ ପୂଜାପାଠ କରିଥିଲେ ଓ ଏହାସହ ପୂଜାର ସମସ୍ତ କର୍ମ ରୀତିନୀତି ଅନୁସାରେ ପାଳନ ମଧ୍ୟ କରିଥିଲେ। ଏହି ଅବସରରେ ସେ ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ କିଛି ଅନୁଦାନ ରାଶି ନିଜ ସାକ୍ଷ୍ୟନୁସାରେ ଦେବାପାଇଁ ଘୋଷଣା ବି କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories